ଓଡ଼ିଶା ସରକାରଙ୍କ ଅନୁମୋଦନ ପରେ ଗଣତିମଣତି କାମ ଆରମ୍ଭ ହେବ: ଅରବିନ୍ଦ ପାଢ଼ୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ଓଡ଼ିଶା ସରକାରଙ୍କ ଅନୁମୋଦନ ପରେ ଗଣତିମଣତି କାମ ଆରମ୍ଭ ହେବ ବୋଲି କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ଯେ ବିଧି ସବ୍‌ କମିଟି ପ୍ରସ୍ତୁତ କରିଥିବା ଏସ୍ ଓ ପି ଚିଠା ଉପରେ ଆଲୋଚନା କରାଯାଇଛି। ବିଭିନ୍ନ ଦିଗରୁ ତର୍ଜମା ପରେ ଆଉ ଏକ ଏସ୍ ଓ ପି ପ୍ରସ୍ତୁତ ହୋଇଛି। ଏସ୍ ଓ ପି ଉପରେ ଆଗାମୀ ପରିଚାଳନା କମିଟି ବୈଠକରେ ଆଲୋଚନା ହେବ। ଆଲୋଚନା ପରେ ଏସ୍ ଓ ପି ରାଜ୍ୟ ସରକାରଙ୍କୁ ପଠାଯିବ। କେଉଁ ତାରିଖରେ ଗଣତିମଣତି ହେବ ଏବେଠୁ କହିହେବନି, ତେବେ ମହାପ୍ରଭୁଙ୍କ ନୀତିକାନ୍ତିରେ ଯେପରି ବ୍ୟାଘାତ ନହେବ ଧ୍ୟାନ ଦିଆଯିବ। ଯେଉଁ ଦିନ ଗଣତିମଣତି ହେବ ବାହାର କାଠରୁ ଶ୍ରଦ୍ଧାଳୁ ଦର୍ଶନ କରିବେ। ପାଢ଼ୀ କହିବା ଅନୁଯାୟୀ, ରତ୍ନଭଣ୍ଡାର ଗଣତିମଣତି ୩ଟି ପର୍ଯ୍ୟାୟରେ ହେବ। ପ୍ରଥମେ ଚଳନ୍ତି ଭଣ୍ଡାରର ଗଣତିମଣତି କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ବାହାର ରତ୍ନଭଣ୍ଡାରର ଗଣତିମଣତି ହେବ। ଶେଷ ପର୍ଯ୍ୟାୟରେ ଭିତର ରତ୍ନଭଣ୍ଡାରର ଗଣତିମଣତି ହେବ।, ରାଜ୍ୟ ସରକାରଙ୍କ ପକ୍ଷରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜଣେ ଅଧିକାରୀ ରହିବେ। ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଅଧୀକୃତ ବଣିଆଙ୍କୁ ରଖିବା ପାଇଁ ପ୍ରସ୍ତାବ ଦିଆଯାଇଛି। ୧୯୭୮ ମସିହାର ତାଲିକା ସହ ବର୍ତ୍ତମାନର ତାଲିକାକୁ ମେଳ କରାଯିବ। ସଂପୂର୍ଣ୍ଣ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ, ମେମୋରି ଚିପ୍‌ସକୁ ସାଇତି ରଖାଯିବ। ଗଣତିମଣତି ପାଇଁ ଅଧିକୃତ ବ୍ୟକ୍ତି ଯିବାବେଳେ ଚେକିଂ କରାଯିବ।

powered by social2s