ନିର୍ମଳା କୃତି ବିକାଶ ଟ୍ରଷ୍ଟ ପକ୍ଷରୁ ବାହାରିଲା କୋଭିଡ ସଚେତନତା ରଥ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
 
ଭୁବନେଶ୍ୱର: ଆଜି ଭୁବନେଶ୍ୱର ଶହୀଦ ନଗର ଦୁର୍ଗାପୂଜା ମଣ୍ଡପରୁ ପୂଜା କରାଯାଇ କୋଭିଡ-୧୯ ସଚେତନତା ରଥ ବାହାରିଛି।
 
ଏହା ଏହି ମହାମାରୀ ସମୟରେ ଜନସାଧାରଣଙ୍କୁ ସଚେତନ କରିବାରେ ସାହଯ୍ୟ କରିବ। ମାସ୍କ ପିନ୍ଧିବା, ସାମାଜିକ ଦୁରତା ବଜାୟ ରଖିବା ଓ ବାରମ୍ବାର ହାତ ଧୋଇବା କରୋନାରୁ ରକ୍ଷା ପାଇବା ନିମନ୍ତେ ସର୍ବୋତ୍ତମ ଉପାୟ। ଏହାକୁ ଆମେ ମାନେ ପାଳିବା ସହିତ ଅନ୍ୟ ମାନଙ୍କ ସଚେତନ କରିବ ଏହି ରଥ।
 
State Bank of India ପ୍ରଦତତ୍ତ ଆମ୍ବୁଲାନ୍ସକୁ ଉଦ୍ଘାଟନ କରିଛନ୍ତି ଶହୀଦ ନଗର ଦୁର୍ଗାପୂଜା ସମିତିର ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର।
 
ଆଜିର କାର୍ଯ୍ୟକ୍ରମରେ ଇଂ ଦିଲ୍ଲୀପ ପଟ୍ଟନାୟକ, ବିପିନ ବିହାରୀ ସାହୁ, ଲଳିତ ମୋହନ ପଣ୍ଡା, ମନୋଜ ରାଉଳ, ଅଚ୍ୟୁତ ପ୍ରସାଦ ବେହେରା, ଶ୍ରୀନିବାସ ରାଓ, ଦେବାଶିଷ ଦାସ, ଜ୍ୟୋତି ଶଙ୍କର ସାହୁ ଓ ରଞ୍ଜନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
powered by social2s