ଆଜି ରାମ ନବମୀ ପାଇଁ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ଆଜି ପବିତ୍ର ଶ୍ରୀ ରାମନବମୀ ଉପଲକ୍ଷେ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ମଧ୍ୟାହ୍ନଧୂପ ପରେ ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ। ଅପରାହ୍ନ ୪ଟା ରୁ ରାତି ୮ଟା ଯାଏ ବନ୍ଦ ରହିବ ଦର୍ଶନ। ଆଜି ରଥ ନିର୍ମାଣ ପାଇଁ କାଠ ଚିରଟ ପ୍ରକ୍ରିୟା ଆରମ୍ଭ ହେବ। ପରମ୍ପରା ଅନୁଯାୟୀ କଟକ ଖପୁରିଆ 'ସ' ମିଲ ରେ ରଥକାଠ ଚିରଟ ଅନୁକୁକ ହେବ। ଗତକାଲି ସୁଧା ୧୫୩ ଖଣ୍ଡ କାଠ ଖପୁରିଆ 'ସ' ମିଲ ରେ ପହଞ୍ଚିସାରିଛି।

powered by social2s