ଭୁବନେଶ୍ବର: ଭୁବନେଶ୍ଵର ସେଣ୍ଟ ଯୋଶେଫ୍ ହାଇସ୍କୁଲ ପଡ଼ିଆରେ ବୁଧବାର ଦିନ ଅନୁଷ୍ଠିତ ହୋଇଥିବା ଏସ୍କୁଲ ସିଲ୍ଡ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୫ର ଫାଇନାଲ ରୋମାଂଚକର ମ୍ୟାଚରେ ଆର୍.ଆର୍.କେ କ୍ଲବ୍କୁ ୧୭୪ ରନ୍ରେ ହରାଇ ରେଡ୍ଷ୍ଟାର କ୍ରିକେଟ କ୍ଲବ୍ ଚମ୍ପିୟନ ଟ୍ରଫି ହାସଲ କରିଛି । ରେଡ୍ଷ୍ଟାର ବ୍ୟାଟିଂ କରିବାକୁ ନିଷ୍ପତି ନେଇ ୪୦ ଓଭରରେ ୩୨୨ ରନ୍ ଟାର୍ଗେଟ ଦେଇଥୁଲା, ଯାହାକୁ ଆର୍.ଆର୍.କେ. କ୍ରିକେଟ ଦଳ ମୁକାବିଲା କରିବା କଷ୍ଟକର ହୋଇପଡ଼ିଥିଲା। ଏକେଲ୍ କ୍ରିକେଟ ଏକାଡେମୀ ଦ୍ଵାରା ଆୟୋଜିତ ଏକ ସପ୍ତାହ ବ୍ୟାପୀ ଚାଲିଥିବା ଏସ୍କେଲ୍ ସିଲ୍ଡ କ୍ରିକେଟ ଟୁର୍ଣାମେଣ୍ଟ ୨୦୨୫ ଚମ୍ପିୟନ୍ ଟ୍ରଫିରେ ୧୫ ବର୍ଷରୁ କମ୍ ବୟସ ଶୃଙ୍ଖଳା ଚମ୍ପିୟନ୍ସିପ୍ରେ ଓଡ଼ିଶାରୁ ୧୨ଟି କ୍ରିକେଟ ଟିମ୍ ଭାଗ ନେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ପୁରସ୍କାର ସରୂପ ଚମ୍ପିୟନ୍ ଦଳକୁ ଚମ୍ପିୟନ୍ ଟ୍ରଫି ସହ ୧ ଲକ୍ଷ ଟଙ୍କା ଓ ରନର୍ସଅପ୍ ଦଳକୁ ରନର୍ସଅପ୍ ଟ୍ରଫି ସହ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଆଇନଜୀବି ଶ୍ରୀମନ୍ତ୍ର ସୁଅର, ସମାଜସେବୀ କବିତା ସୁଆର ଓ କୋଚ୍ ମହମ୍ମଦ ଆଜାଦ୍ଙ୍କର ଦ୍ଵାରା ୨୦୨୪ରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନ ଓଡ଼ିଶାରେ କ୍ରିକେଟର ଭିତିଭୂମି ସୁଦୃଢ଼ କରିବା ସହ ଖେଳାଳୀଙ୍କୁ ଆନ୍ତର୍ଜାତୀୟ ସ୍ତରରେ ପରିଚୟ ସୃଷ୍ଟି କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଟୁର୍ଣ୍ଣାମେଣ୍ଟର ପୁରସ୍କାର ବିତରଣ ଉତ୍ସବରେ ଶ୍ରୀ ଜଗନ୍ନାଥ ପ୍ରଧାନ, ମୁଖ୍ୟ ଅତିଥୁ ରୂପେ ଯୋଗଦାନ ଦେଇ "ଗୁରୁରତ୍ନ” ଉପାଧ୍ଧରେ ଓଡ଼ିଶା କ୍ରିକେଟ ର କିମ୍ବଦନ୍ତୀ ପୁରୁଷ ଶ୍ରୀ କିଶୋର ମାନିଆଙ୍କୁ ସମ୍ମାନୀତ କରିଥିଲେ । ସାମ୍ବାଦିକ ସୁଦର୍ଶନ ଛୋଟରାୟ, ଆନ୍ତର୍ଜାତୀୟ ଖୋଳାଳୀ ଶ୍ରୀଯୁକ୍ତ ରାଖାଲ୍ ସେଠ୍, ସଦସ୍ୟ ଅଜୟ କୁମାର ସାହୁ, ଏନ୍.ଟି.ପି.ଲ. ମନିସ ସେଠି, ସେରାମିକ ୱାର୍ଚ୍ଚ, ସମ୍ମାନନୀୟ ଅତିଥୁ ରୂପେ ଯୋଗଦାନ କରିଥିଲେ । ଏକାଡେମୀର ସଭାପତୀ ଡଃ ପ୍ରଶାନ୍ତ ସୁଆର କାର୍ଯ୍ୟକ୍ରମରେ ସଭାପତିତ୍ଵ କରିଥିବା ବେଳେ ସମାଜସେବୀ ପ୍ରଶାନ୍ତ ପ୍ରଧାନ ସଂଯୋଜନା କରିଥିଲେ । ଓଡ଼ିଶା ତ୍ୟାନ୍ସଗ୍ରୁପ୍ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏକ୍ସେଲ୍ ସିଲ୍ଡ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସିଜନ୍-୨ ଅୟୋଜିତ; ରେଡ୍ଷ୍ଟାର ଭୁବନେଶ୍ବର କ୍ରିକେଟ୍ କ୍ଲବ୍ ବିଜେତା
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

