ଜାନୁଆରୀ ୧୦ ରୁ ମିଳିବ ଗ୍ରୀନ୍ ଷ୍ଟିକର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଜାନୁଆରୀ ୧୦ ତାରିଖରୁ ଆଞ୍ଚଳିକ ପରିବହନ କାର୍ଯ୍ଯାଳୟରୁ ମିଳିବ ଗ୍ରୀନ୍ ଷ୍ଟିକର। ଜାନୁଆରୀ ୧୦ ପୂର୍ବରୁ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର କରାଇଥିବା ଗାଡ଼ି ମାଲିକ ମାନେ ଆଞ୍ଚଳିକ ପରିବହନ କାର୍ଯ୍ଯାଳୟରୁ ପାଇବେ ଗ୍ରୀନ୍ ଷ୍ଟିକର। ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ସହ ଗାଡ଼ିରେ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ଓ ନିଜର ଆଧାର କାର୍ଡ ଆଞ୍ଚଳିକ ପରିବହନ କାର୍ଯ୍ଯାଳୟକୁ ନେବାକୁ ହେବ। ଯେଉଁ ମାନେ ଜାନୁଆରୀ ୧୦ ପରେ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର କରାଇଥିବେ, ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର କେନ୍ଦ୍ରରେ ପାଇବେ ଗ୍ରୀନ୍ ଷ୍ଟିକର।

powered by social2s