ଭୁବନେଶ୍ବର: ଫ୍ରାନ୍ସର ବିଶିଷ୍ଟ ବୈଜ୍ଞାନିକ ତଥା ବ୍ରେଲ ଲିପିର ଉଦ୍ଭାବକ ଫରାସୀବୀର ମହାତ୍ମା ଲୁଇ ବ୍ରେଲଙ୍କ ଜନ୍ମଦିନ ଜାନୁୟାରୀ ମାସ ୪ ତାରିଖକୁ ମିଳିତ ଜାତିସଂଘ ସାଧାରଣ ପରିଷଦ ନିଷ୍ପରି କ୍ରମେ ପୃଥିବୀର ସମସ୍ତ ରାଷ୍ଟ୍ରରେ ବିଶ୍ବ ବ୍ରେଲ ଦିବସ ଭାବେ ପାଳନ କରାଯାଇଥାଏ । ସବୁ ବର୍ଷ ପରି ୨୦୨୬ ମସିହା ଜାନୁୟାରୀ ୪ ତାରିଖକୁ ବିଶ୍ବ ବ୍ରେଲ ଦିବସ ଭାବେ ସମଗ୍ର ବିଶ୍ବରେ ପାଳନ କରାଯାଇ ଆସୁଅଛି ।
ଏହି ଦିବସ ଡିଜିଟାଲ ଯୁଗରେ ପ୍ରବେଶ ଯୋଗ୍ୟତା, ଅନ୍ତର୍ଭୁକ୍ତିକରଣ, ମାନବାଧିକାର ଏବଂ ସାକ୍ଷରତାକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରେ । ଯେଉଁଥିରେ ବ୍ରେଲି ଶିଖ୍ବା, ଦୃଷ୍ଟିବାଧ୍ଵ ବ୍ୟକ୍ତିମାନଙ୍କ କଲ୍ୟାଣ ପାଇଁ ସମୁଚିତ ସଂଗଠନ ଗୁଡିକୁ ସମର୍ଥନ କରିବା ଏବଂ ସୁଗମ୍ୟ ବ୍ରେଲ ପାଠ୍ୟ ପୁସ୍ତକ, ପାଠ୍ୟ ଉପକରଣ ଓ ବ୍ରେଲ ଲିପିରେ ମୂଲ୍ୟ ଓ ଅନ୍ୟାନ୍ୟ ଜରୁରୀ ତଥ୍ୟ ସୂଚିତ ଉପଭୋକ୍ତା ସାମଗ୍ରୀ ସୃଷ୍ଟି କରିବା ସମ୍ପର୍କରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ।
ବ୍ରେଲ ଲିପି ଏପରି ଏକ ଲିପି ଯାହାକୁ ସ୍ପର୍ଶ ଶକ୍ତି ମାଧ୍ୟମରେ ପଢି ହୁଏ । ଏହାକୁ ପଢିବା ପାଇଁ ଓ ଲେଖୁବା ପାଇଁ ଦୃଷ୍ଟି ଶକ୍ତିର ଆବଶ୍ୟକତା ପଡ଼େ ନାହିଁ । ସେଥିପାଇଁ ଦୃଷ୍ଟିହୀନ ବ୍ୟକ୍ତିଙ୍କ ଶିକ୍ଷା ଓ ପ୍ରଶିକ୍ଷଣ ପାଇଁ ଏହି ଲିପିର ବହୁଳ ଉପଯୋଗ କରାଯାଇଥାଏ । ଦୃଷ୍ଟି ବାସ୍ତ ବ୍ୟକ୍ତିମାନଙ୍କ ମାନବ ଅଧିକାର ସୁରକ୍ଷା ସମେତ ଶିକ୍ଷା, ସ୍ବାଧୀନତା, ଅନ୍ତର୍ଭୁକ୍ତିକରଣ ଓ ସାମାଜିକ ଅଂଶଗ୍ରହଣକୁ ଏହି ବ୍ରେଲ ଦିବସ ବିଶେଷ ଗୁରୁତ୍ବ ପ୍ରଦାନ କରିଥାଏ । ଏହି ଦିବସ ଦୃଷ୍ଟିହୀନ ବ୍ୟକ୍ତିମାନଙ୍କ ସଫଳତା କ୍ଷେତ୍ରରେ ପୂର୍ଣ ଅନ୍ତର୍ଭୁକ୍ତିକରଣ ପାଇଁ ପ୍ରଯୁକ୍ତି ବିଦ୍ୟା ସହିତ ବ୍ରେଲ ଲିପି ବ୍ୟବହାରକୁ ପ୍ରାଥମିକତା ପ୍ରଦାନ କରିଥାଏ । ଦୃଷ୍ଟି ହୀନତାର ସହଳ ଚିହ୍ନଟ ଓ ନିରାକରଣ ଦିଗରେ ଏହି ଦିବସ ଆମକୁ ସଚେତନ କରେ । ବ୍ରେଲ ଲିପି ଦୃଷ୍ଟିହୀନମାନଙ୍କ ପାଇଁ ଯୋଗାଯୋଗର ଏକ ଗୁରୁତ୍ବପୂର୍ଣ ମାଧ୍ଯମ । ସ୍କୁଲ, କଲେଜ ଏବଂ ଶିକ୍ଷାନୁଷ୍ଠାନ ଗୁଡିକରେ ବ୍ରେଲ ଲିପିର ବ୍ୟବହାରକୁ ଉତ୍ସାହିତ କରି ଅନ୍ତର୍ନିବେଶି ଶିକ୍ଷାକୁ ପ୍ରୋତ୍ସାହନ ଦେବା ହେଉଛି ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ।
ଦୃଷ୍ଟିହୀନ ବ୍ୟକ୍ତିମାନଙ୍କ ସୁଗମ୍ୟ ତଥ୍ୟ ହାସଲ କରିବାର ଅଧିକାରକୁ ଏହି ଦିବସ ସ୍ବୀକୃତି ପ୍ରଦାନ କରେ । ସରକାରୀ ପ୍ରତିଷ୍ଠାନରେ ବ୍ୟବହୃତ ସମସ୍ତ ଫଳକ ଗୁଡିକୁ ଦୃଷ୍ଟିହୀନ ବ୍ୟକ୍ତିମାନଙ୍କ ସୂଚନା ପ୍ରାପ୍ତି ଉଦ୍ଦେଶ୍ୟରେ ବ୍ରେଲ ଲିପିରେ ଲେଖାଯିବା ବାଞ୍ଚନୀୟ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଭିନ୍ନକ୍ଷମ ଅଧିକାର ଅଧୁନିୟମ ୨୦୧୬ ରେ ସ୍ବତନ୍ତ୍ର ଆଇନଗତ ବ୍ୟବସ୍ଥା ରହିଛି । ଦୃଷ୍ଟିହୀନ ବ୍ୟକ୍ତିମାନଙ୍କୁ ବ୍ରେଲ ସାକ୍ଷରତା ଓ ଆତ୍ମନିର୍ଭରଶୀଳତାର ପ୍ରଶିକ୍ଷଣ ପ୍ରଦାନ କରିବା ଅତ୍ୟନ୍ତ ଅପରିହାର୍ଯ୍ୟ ।
ଏହା ଦ୍ବାରା ସେମାନେ ନିଜକୁ ବିକଶିତ ଭାରତର ମାନବ ସମ୍ବଳ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିବେ । ସେଥିପାଇଁ ଦୃଷ୍ଟିହୀନ ଛାତ୍ର-ଛାତ୍ରୀମାନଙ୍କୁ ବ୍ରେଲ ଶିକ୍ଷା ସାମଗ୍ରୀ ବଣ୍ଟନ କରିବା ସହ ଓ ସେମାନଙ୍କର ସଫଳତା କାହାଣୀ ଗୁଡିକୁ ଉଭୟ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ଯମ ଜରିଆରେ ବିଶେଷ ଭାବେ ପ୍ରଚାର ପ୍ରସାର କରିବା ଆବଶ୍ୟକ । ବ୍ରେଲ ବ୍ୟବହାର ସଂକ୍ରାନ୍ତୀୟ ଛୋଟ ଛୋଟ ଭିଡ଼ିଓ ଓ ରିଲ ପ୍ରସ୍ତୁତ କରି ସାମାଜିକ ଗଣମାଧ୍ଯମରେ ପ୍ରଚାର ପ୍ରସାର କରିବା ଆବଶ୍ୟକ । ବ୍ରେଲ ଲିପି ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ବେତାର ଓ ଦୂରଦର୍ଶନ ମାଧ୍ଯମରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗୁଡ଼ିକର ପ୍ରସାରଣ କରାଯିବା ଆବଶ୍ୟକ ।
ବ୍ରେଲ ଲିପିରେ ସରକାରଙ୍କ ଦ୍ବାରା ପ୍ରଚଳିତ ସମସ୍ତ ମୁଦ୍ରାରେ ସେଗୁଡ଼ିକର ମୂଲ୍ୟ ଉଲ୍ଲେଖ କରିବା ଆବଶ୍ୟକ । ସେହିପରି ସମସ୍ତ ଅତ୍ୟାବଶ୍ୟକୀୟ ଔଷଧ ପ୍ୟାକିଂ ଉପରେ ତାହାର ଉତ୍ପାଦନ ତାରିଖ ଓ ବ୍ୟବହାର ପାଇଁ ଅନୁପଯୁକ୍ତ ହେବାର ଶେଷ ତାରିଖ ସ୍ପଷ୍ଟ ରୂପେ ଉଲ୍ଲେଖ ରହିବା ଆବଶ୍ୟକ । ଦୃଷ୍ଟିହୀନ ବ୍ୟକ୍ତିମାନଙ୍କ ଜୀବନଧାରଣା ଓ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସେବା ଗୁଡ଼ିକର ମାନ ନିର୍ଦ୍ଧାରଣକୁ ବିଶେଷ ଭାବେ ପ୍ରଭାବିତ କରୁଥିବା ବିଷୟ ଉପରେ ନିଷ୍ପତ୍ତି ଗ୍ରହଣ କଲାବେଳେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସେମାନଙ୍କର ଅଂଶଗ୍ରହଣକୁ ସୁନିଶ୍ଚିତ କରାଯିବା ଆବଶ୍ୟକ । ତାହା ଦ୍ବାରା ସେମାନେ ଏକ ସ୍ବାଧୀନ ରାଷ୍ଟ୍ର ଦ୍ବାରା ପ୍ରଦତ୍ତ ମୌଳିକ ଅଧିକାର ଗୁଡିକୁ ଉପଭୋଗ କରିପାରିବେ । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବ୍ରେଲ ସାକ୍ଷରତା ସମ୍ପର୍କରେ ସ୍ଥିତି ପତ୍ର ଜାରି କରାଯିବା ଆବଶ୍ୟକ । ଶିକ୍ଷକ, ପିତାମାତା ଏବଂ ଦୃଷ୍ଟିହୀନ ଶିଶୁ ମାନଙ୍କର ଯତ୍ନ ନେଉଥିବା ବ୍ୟକ୍ତିଙ୍କ ପାଇଁ ବ୍ରେଲ ଶିକ୍ଷା ଉପରେ ସ୍ବତନ୍ତ୍ର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଆବଶ୍ୟକ ।
ବ୍ରେଲ ଲିପିକୁ ସଫଳ ଭାବେ ବ୍ୟବହାର କରି ଏହାର ଉପଯୁକ୍ତ ବ୍ୟବହାର କରୁଥିବା ଦୃଷ୍ଟିହୀନ ବ୍ୟକ୍ତି ମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ବିଶ୍ବ ବ୍ରେଲ ଦିବସ ପାଳନ ଅବସରରେ ପୁରସ୍କୃତ କରାଯିବା ଆବଶ୍ୟକ । ଫଳରେ ସେମାନଙ୍କ ପ୍ରତି ସମାଜର ଆଭିମୁଖ୍ୟ ଓ ଦୃଷ୍ଟିକୋଣରେ ପରିବର୍ତ୍ତନ ଆସିପାରିବ । ନୂତନ ଭାବେ ଚିହ୍ନଟ ଦୃଷ୍ଟିହୀନ ବ୍ୟକ୍ତିମାନଙ୍କୁ ବ୍ରେଲ ସାକ୍ଷରତା ଆଡକୁ ଅଭିମୁଖୀକରଣ କରାଯିବା ଆବଶ୍ୟକ । ରିଫ୍ରେସେବଲ ବ୍ରେଲ ଡିସପ୍ଲେ ଏବଂ ବ୍ରେଲ ନୋଟ-ଟେକର ସମ୍ପର୍କରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ପ୍ରଦର୍ଶନୀ ଅନୁଷ୍ଠିତ ହେବା ଆବଶ୍ୟକ ।
ବ୍ରେଲ ଶିକ୍ଷକ, ଅନୁବାଦକ ଓ ଅଧିବକ୍ତା ମାନଙ୍କୁ ସମ୍ମାନିତ କରାଯିବା ଆବଶ୍ୟକ । ଦୃଷ୍ଟିହୀନ ବ୍ୟକ୍ତିମାନଙ୍କୁ ନେତୃତ୍ବ ପ୍ରଦାନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସରକାରୀ ଭାବେ ସ୍ବୀକୃତି ପ୍ରଦାନ କରାଯିବା ଆବଶ୍ୟକ । ବ୍ରେଲ ଆଧାରିତ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବ ନେତୃତ୍ବକୁ ଉତ୍ସାହିତ ଆବଶ୍ୟକ । ଦୃଷ୍ଟି ଶକ୍ତି ହରାଇଥିବାରୁ ରାସ୍ତାରେ ଯାତାୟତ ସମୟରେ ବିଶେଷ ଅସୁବିଧା ଭୋଗୁଥିବା ବିଶେଷଙ୍କ ସଡକ ନିରାପତ୍ତା ସମ୍ପର୍କରେ ଜନସଚେତନା ମୂଳକ କାର୍ଯ୍ୟକ୍ରମ ଗୁଡିକ ଅନୁଷ୍ଠିତ ହେବା ଆବଶ୍ୟକ ।
ସାର୍ବଜନୀନ ଭିରିଭୂମି ଏବଂ ସେବା ଗୁଡିକରେ ବ୍ରେଲ ସମେତ ପ୍ରବେଶ ଯୋଗ୍ୟତା ମାନଦଣ୍ଡ କାର୍ଯ୍ୟକାରୀ କରିବା ପାଇଁ ସରକାର ଏବଂ ନୀତି ନିର୍ଦ୍ଧାରକ ମାନେ ବିଶେଷ ଯତ୍ନ ନେବା ଆବଶ୍ୟକ । ସୁଲଭବ୍ରେଲ ସମାଧାନ ପାଇଁ ନବସୃଜନଙ୍କୁ ଉତ୍ସାହିତ କରିବା ଦରକାର । ବ୍ରେଲ ଶିକ୍ଷା ଓ ସୁଗମ୍ୟ ପୁସ୍ତକାଳୟ, ସାକ୍ଷରତା ସ୍ବାଧୀନତା ମର୍ଯ୍ୟାଦା ଏବଂ ସମାଜରେ ସମାନ ଅଂଶଗ୍ରହଣ ସହିତ ସେମାନଙ୍କୁ ସଶକ୍ତ କରିବା କ୍ଷେତ୍ରରେ ବିଶେଷ ସହାୟକ ହୋଇଥାଏ । ଶିକ୍ଷକ ତାଲିମ ପ୍ରତିଷ୍ଠାନ ମାନଙ୍କରେ ବ୍ରେଲ ବ୍ୟବହାରକୁ ଉତ୍ସାହିତ କରି ଶିକ୍ଷା ପ୍ରତି ସମାନ ପ୍ରବେଶ ସୁନିଶ୍ଚିତ କରିବା ଆବଶ୍ୟକ ।
ସାର୍ବଜନୀନ ସୂଚନା ପ୍ରଣାଳୀ, ବ୍ରେଲ ଫଳକ ଓ ଦ୍ରବ୍ୟ ଡବା ଗୁଡ଼ିକରେ ବ୍ରେଲ ସଂକେତ ବ୍ୟବହାର କରି ଦୃଷ୍ଟିହୀନ ବ୍ୟକ୍ତିମାନଙ୍କୁ ଠିକ ସମୟରେ ଏକ ସୂଚନା ପ୍ରଦାନ କରିବା ଆବଶ୍ୟକ । ଉଭୟ ବ୍ରେଲ ପୁସ୍ତକ ଓ ବ୍ରେଲ ଶିକ୍ଷଣ ସାମଗ୍ରୀର ଉତ୍ପାଦନ ପାଇଁ ସରକାରୀ ସ୍ତରରେ ଉପଯୋଗ ଭିତ୍ତିଭୂମି ପ୍ରତିଷ୍ଠା ହେବା ଆବଶ୍ୟକ । ଶିକ୍ଷା, ନିଯୁକ୍ତି ଓ ସାର୍ବଜନୀନ ସେବାରେ ବ୍ରେଲି ଲିପିର ସୂଚନା ପ୍ରଦାନକୁ ସୁନିଶ୍ଚିତ କରିବା ଆବଶ୍ୟକ । ସମାଳରେ ଦୃଷ୍ଟିହୀନ ଏବଂ ଆଂଶିକ ଦୃଷ୍ଟିହୀନ ବ୍ୟକ୍ତି ମାନଙ୍କର ପୂର୍ଣ୍ଣ ଅଂଶଗ୍ରହଣ ସମାନତା ଏବଂ ସ୍ବାଧୀନତା ସୁନିଶ୍ଚିତ କରି ସମଗ୍ର ଭାରତରେ ବ୍ରେଲ ସାକ୍ଷରତା ଏବଂ ସୁଗମତାକୁ ସୁଦୃଢ କରିବା ଆବଶ୍ୟକ । (ସନ୍ୟାସ କୁମାର ବେହେରା), ଉପଶାସନ ସଚିବ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା।
ବିଶ୍ବ ବ୍ରେଲ ଦିବସ ପାଳନର ମାହାତ୍ମ୍ୟ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

