ଭୁବନେଶ୍ୱର: ଏନଏମ୍ ଇନ୍ସ୍ଟିଟ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି ପକ୍ଷରୁ ପିନାକଲ ହ୍ୟୁମାନ ରେସୋର୍ସ ପ୍ରାଇଭେଟ୍ ଲିମିଟେଡ୍ ଓ ଓଡ଼ିଶା କମର୍ସ ଆସୋସିଏସନ ସହଯୋଗରେ ବାଣିଜ୍ୟ ଶିକ୍ଷା ଓ ଶିକ୍ଷଣ ପଦ୍ଧତିର ସାମ୍ପ୍ରତିକ ପ୍ରବଣତା ବିଷୟରେ ଏକ ଫାକଲ୍ଟି ଡିଭେଲପମେଣ୍ଟ ପ୍ରୋଗ୍ରାମ (ଏଫ୍ଡିପି) ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ASBM ୟୁନିଭର୍ସିଟିର ଉପକୁଳପତି ଡ଼. ରଞ୍ଜନ କୁମାର ବଳ, ଓଡ଼ିଶା କମର୍ସ ଆସୋସିଏସନର ସଭାପତି ଡ଼. କିଶୋର କୁମାର ଦାସ ଓ ସଚିବ ଡ଼. ବିଶ୍ୱ ମୋହନ ଜେନା, ପିନାକଲ ହ୍ୟୁମାନ ରେସୋର୍ସ ପ୍ରାଇଭେଟ୍ ଲିମିଟେଡ୍ ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ସନ୍ତୋଷ ଦାଶ ଓ ଏନଏମ୍ ଇନ୍ସ୍ଟିଟ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି ର ଅଧ୍ୟକ୍ଷା ଶ୍ରୀମତୀ ରିଚା ପରିଡ଼ା ଯୋଗଦେଇଥିଲେ। ଏନଏମ୍ ଇନ୍ସ୍ଟିଟ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି ର ପ୍ରଧାନାଚାର୍ଯ୍ୟ ଡ଼. ନିରଞ୍ଜନ ମିଶ୍ର ଓ ନିର୍ଦ୍ଦେଶକ ଡ଼. ସୁଦୀପ ଘୋଷ ଏବଂ ଡ଼. ସୁରେଶ୍ୱରୀ ପ୍ରସାଦ ଦାଶ ଉପସ୍ଥିତ ଥିଲେ। ଡ଼. ଆଦ୍ରଶ ରଥ ଓ ଡ଼. ସିଦ୍ଧାର୍ଥ ମିଶ୍ର ,ମୁଖ୍ୟ ବକ୍ତା ଥିଲେ। ଏଫ୍ଡିପିର ଆୟୋଜନ ସଚିବ ଥିଲେ ପ୍ରୋଫେସର ଅନିଲ କୁମାର ଭୂୟାଁ। କାର୍ଯ୍ୟକ୍ରମ ପରିଶେଶରେ ଧନ୍ୟବାଦ୍ ଅର୍ପଣ କରିଥିଲେ ପ୍ରଫେସର ସୁଦୀପ ଘୋଷ।
ବାଣିଜ୍ୟ ଶିକ୍ଷା ଓ ଶିକ୍ଷଣ ପଦ୍ଧତିର ସାମ୍ପ୍ରତିକ ପ୍ରବଣତା ବିଷୟରେ ଏକ ଫାକଲ୍ଟି ଡିଭେଲପମେଣ୍ଟ ପ୍ରୋଗ୍ରାମ ଆୟୋଜିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

