ଲେଖକ: ଡାକ୍ତର ଜୀବନ କୃଷ୍ଣ ମିଶ୍ର..
ଭୂମିଷ୍ଠ ହୋଇଛୁ ଆମେ, ଏ ଧରା ପୃଷ୍ଠରେ; ସଂସାରର ବିଚିତ୍ର ଲୀଳା ଦେଖିବା ପାଇଁ, କିଏ ହସୁଛି ତ କିଏ କାନ୍ଦୁଛି; କିଏ ବା ଘରେ ତ କିଏ ସୁବାସରେ, ତେଣୁ ଦୁଃଖସୁଖ ତ ଲାଗି ହିଁ ରହିଛି। ଆଉ ବ୍ୟାଧିସମ ଦୁର୍ଦ୍ଦଶା ହିଁ ବଢ଼ି ଚାଲିଛି। ସବୁ ତ ସତରେ ବିଧିର ବିଧାନ, ନାହିଁ ତ ଏଥିରେ କାହାର ନିଦାନ। ଭଲ ମନ୍ଦ ସତ୍ତ୍ୱେ ସଂସାର ଚାଲିଛି, ସଭ୍ୟତା ମଧ୍ଯ ତିଷ୍ଟି ରହିଛି; ଯାହା ହବା କଥା ହୋଇ ତ ଚାଲିଛି, ମନରେ ଭାବନା ମନେ ହିଁ ଲୋଟୁଛି । ହତ୍ୟା, ଧର୍ଷଣ, ଅନୀତିକଷଣ କଣ୍ଟା ପରି ଫୋଡ଼ିବାରେ ଲାଗିଛି; ଲହୁଲୁହାଣ ହୋଇ ମଧ୍ଯ ଯାତ୍ରା ଆମର ଆଗେଇ ଚାଲିଛି। ବର୍ଷ ପରେ ବର୍ଷ ବିତି ତ ଯାଉଛି, ମସିହା ପରେ ମସିହା ମାଟିରେ ମିଶୁଛି! ଆଜିକା ଜୀବନ କାଲିକି ନାହିଁ, ତଥାପି ମଣିଷ ଲୋଭମୁକ୍ତ ହେବା ପାଇଁ ଚିନ୍ତା ଟିକେ କରୁନାହିଁ। ଯୁବ ବିଭୀଷିକା, ସନ୍ତ୍ରାସ ମରୀଚିକା, ସବୁବେଳେ ଚିଲ ପ୍ରାୟ ଅନେଇ ରହିଛି, ଆଉ ସୀମା ବିବାଦକୁ ତିକ୍ତ ମନୋଭାବ, ମାଂଜା ଅଠା ପରି ହାତକୁ ଲାଗୁଛି। କାଲିଠାରୁ ନୂଆବର୍ଷ, ରହିଗଲା ଅତୀତର ଦୁଃଖଦ ନିଷ୍କର୍ଷ; ଆଗେଇବା ଭାଇ, ବନ୍ଧୁ, ଯାତନା ଏଡାଇ, ମିଠା ମିଠା କଥା କହି ମଧୁର ଭାଷାରେ ଆମେ, ସମ୍ପର୍କକୁ ଟାଣିନେବା ଆଗକୁ ବଢ଼ାଇ। ପ୍ରଭାତର ବର୍ଣ୍ଣନାରେ ଆମେ ମଣିଷ ହେବା, ବିଳମ୍ବରେ ହେଉ ପଛେ ଉତ୍କର୍ଷ ସାଧିବା। ଓଠରେ ହସ ଫୁଟାଇ, ହସକଥା କହିବା; ସାଙ୍ଗସାଥୀଙ୍କୁ ମଧ୍ଯ, ଦୁଃଖରେ ତାଙ୍କର; ଦୁଃଖିହୋଇ ସମୂହ ଦର୍ଶନ କରିବା। ଜଣାଉଛି ଭାଇ ଆଜି ସମସ୍ତଙ୍କୁ ମୁହିଁ, ହସ ଭଳି ନାହିଁ କିଛି ଏ ଭଙ୍ଗୁର ସଂସାରେ; ଆଉ ତ୍ୟାଗ, ବଳିଦାନ ହିଁ, ରଖିଦେବ ଏ ଜୀବନକୁ ତାରକା ପ୍ରାୟ; ସୀମାହୀନ ନୀଳ ଆକାଶରେ।
ଶେଷ ସ୍ପର୍ଶ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

