ସପ୍ତାହେ ଧରି ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଅନୁପସ୍ଥିତ ରହିଲେ ଘରକୁ ଯିବେ ସ୍କୁଲ୍‌ କର୍ତ୍ତୃପକ୍ଷ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଛାତ୍ରଛାତ୍ରୀଙ୍କ ନିୟମିତ ସ୍କୁଲ୍‌ ଯାତ୍ରା ସୁନିଶ୍ଚିତ କରିବାକୁ ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ କଡ଼ା ପଦକ୍ଷେପ ନେଇଛି। ସପ୍ତାହେ ଧରି କୌଣସି ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଅନୁପସ୍ଥିତ ରହିଲେ, ସେମାନଙ୍କ ଘରକୁ ଯିବେ ଶିକ୍ଷକ ଓ ସ୍କୁଲ୍‌ କର୍ତ୍ତୃପକ୍ଷ। ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଓ ବ୍ଲକ୍‌ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି। ଛାତ୍ରଛାତ୍ରୀ କାହିଁକି ନିୟମିତ ଭାବେ ସ୍କୁଲ୍‌କୁ ଆସୁନାହାନ୍ତି, ସେଥିର କାରଣ ଜାଣିବା ସହ ଅଭିଭାବକଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଭାଗ ସୂଚନା ଦେଇଛି।

powered by social2s