ଭୁବନେଶ୍ୱର: ଭୁବନେଶ୍ଵର ସାଲିଆ ସାହିରେ ଅବକାରୀ ବିଭାଗ ଚଢ଼ାଉ କରି ୪ଟି ସ୍ଥାନରେ ୬ ହଜାର ଲିଟର ପୋଚ ନଷ୍ଟ କରିଛି। ବିପୁଳ ପରିମାଣର ମଦ, ପୋଚ ସାଙ୍ଗକୁ ମଦ ପ୍ରସ୍ତୁତ ସମାଗ୍ରୀ ଜବତ କରାଯାଇଛି। ପୂର୍ବରୁ ମଧ୍ୟ ଏହି ସ୍ଥାନରେ ଦେଶୀମଦ ଭାଟି ଠାବ ହୋଇଥିଲା। ଗତ ବର୍ଷ ଡିସେମ୍ବର ୨୦ ତାରିଖରୁ ଆରମ୍ଭ ହୋଇଥିବା ସ୍ଵତନ୍ତ୍ର ଡ୍ରାଇଭ ଅଧୀନରେ ଆଜି ସକାଳୁ ଏହି ଚଢ଼ାଉ କରାଯାଇଛି। ବିଭିନ୍ନ ପ୍ରକାରର ପଚା ସଢ଼ା ଫଳ ବ୍ୟବହାର କରି ପୋଚ ପ୍ରସ୍ତୁତ କରାଯାଉଥିଲା। ଏହି ପୋଚରୁ ମଦ ରାନ୍ଧି ବିକ୍ରି କରାଯାଉଥିଲା।
powered by social2s

