ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଜଳଦାରେ ଗତକାଲି ଘଟିଥିବା ବିମାନ ଦୁର୍ଘଟଣା ପରେ ପରିବହନ ସଚିବ ଉଷା ପାଢ଼ୀ ଘଟଣାସ୍ଥଳକୁ ଯାଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ପାଢ଼ୀ ସୂଚନା ଦେଇଛନ୍ତି ଯେ ବିମାନ ଦୁର୍ଘଟଣା ସ୍ଥିତି ଉପରେ ମୁଖ୍ୟମନ୍ତ୍ରୀ ନଜର ରଖିଛନ୍ତି। ଆହତଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ସୁବିଧା ସହଯୋଗ ଯୋଗାଇ ଦିଆଯାଇଛି। ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ୨ ଜଣିଆ ଡାକ୍ତରୀ ଟିମ୍ ମେଡିକାଲକୁ ଯାଇଛନ୍ତି। ଦୁର୍ଘଟଣାରେ ଆହତ ହୋଇଥିବା ଦୁଇ ଜଣ ବ୍ଯକ୍ତିଙ୍କୁ ମୁମ୍ବାଇ ଏୟାରଲିଫ୍ଟ କରାଯାଇଛି। ଉନ୍ନତ ଚିକିତ୍ସା ପାଇଁ ନିଜ ଇଚ୍ଛାରେ ଏୟାରଲିପ୍ଟରେ ହେଲେ ସବିତା ଅଗ୍ରୱାଲ ଓ ସୁନୀଲ ଅଗ୍ରୱାଲ।
powered by social2s

