ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଅକ୍ସିଜେନ ଫିଲିଙ୍ଗ ସେଣ୍ଟରରେ ରାଜ୍ୟ ଫ୍ଲାଇଂ ସ୍କ୍ବାଡ ପକ୍ଷରୁ ଯାଞ୍ଚ ଚାଲିଛି। ହସ୍ପିଟାଲ ଗୁଡିକରେ ଅକ୍ସିଜେନ ବେଡ଼ ଖାଲି ନଥିବାରୁ ରୋଗୀ ବାହାରେ ପଡିରହିଥିବା ନେଇ ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସିବା ପରେ ଫ୍ଲାଇଂ ସ୍କ୍ବାଡ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି। ସୁବର୍ଣ୍ଣପୁର, ନବରଙ୍ଗପୁର, ରାୟଗଡା ପ୍ରମୁଖ ଜିଲ୍ଲା ମାନଙ୍କରେ ଯାଞ୍ଚ କରିଛି ଫ୍ଲାଇଂ ସ୍କ୍ବାଡ ର ଟିମ୍। ସେହିଭଳି ବଲାଙ୍ଗୀର, ନୂଆପଡା ଓ କଳାହାଣ୍ଡିରେ ଅକ୍ସିଜେନ ଷ୍ଟକ ତଦାରଖ କରାଯାଉଛି। କଟକ- ଭୁବନେଶ୍ୱର ଟୁଇନ୍ ସିଟିର ବିଭିନ୍ନ ଔଷଧ ଦୋକାନରେ ମଧ୍ୟ ଚଢ଼ାଉ ଜାରି ରହିଛି।
powered by social2s

