ଭୁବନେଶ୍ୱର: ଦିନକୁ ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଘରୋଇ ହସ୍ପିଟାଲରେ ଆକ୍ରାନ୍ତଙ୍କୁ ଭର୍ତ୍ତି କରାଯାଉନାହିଁ। ତେଣୁ ଏଭଳି ପରିସ୍ଥିତିରେ ଘରୋଇ ହସ୍ପିଟାଲରେ କୋରନା ରୋଗୀଙ୍କ ପାଇଁ ୫୦ ପ୍ରତିଶତ ଶଯ୍ୟା ସଂରକ୍ଷଣ ପାଇଁ ସ୍ୱାସ୍ଥ୍ୟ ଏସିଏସ୍ ନିର୍ଦ୍ଦେଶ ଦେଇଛନ୍ତି। ସବୁ ଜିଲ୍ଲାପାଳ ଓ ସିଡିଏମ୍ଓ ମାନଙ୍କୁ ଏନେଇ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ଏସିଏସ୍। ଘରୋଇ ହସ୍ପିଟାଲରେ ମୋଟ ଶଯ୍ୟାର ୫୦% ଶଯ୍ୟା ସଂରକ୍ଷଣ କରିବା ପାଇଁ ଏଥିରେ କହିଛନ୍ତି। କଭୋଡ଼ ଆକ୍ରାନ୍ତଙ୍କ ପାଇଁ ଜେନେରାଲ ବେଡ଼ର ୫୦% ସହ ଆଇସିୟୁ ବେଡ଼ ରେ ମଧ୍ୟ ୫୦% ଶଯ୍ୟା ସଂରକ୍ଷଣ ରଖାଯିବ। ସେହିଭଳି ଘରୋଇ ହସ୍ପିଟାଲରେ କରୋନା ରୋଗୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ଦେୟ ନିର୍ଦ୍ଧାରଣ କରାଯାଇଛି। ଜେନେରାଲ ବେଡ଼ ପାଇଁ ୧୨୦୦ ଟଙ୍କା, ଔଷଧ ଓ ଖାଦ୍ୟ ସହ ୧୭୫୦ ଟଙ୍କା କରୋନା ରୋଗୀଙ୍କୁ ଦେୟ ଦେବାକୁ ପଡିବ। ସେହିଭଳି ଆଇସିୟୁ ବେଡ଼ ପାଇଁ ଦୈନିକ ୧୦ ହଜାର ଟଙ୍କାରୁ ୧୭ ହଜାର ଟଙ୍କା ଦେବାକୁ ପଡିବ। ସେହିପରି ଭେଣ୍ଟିଲେଟର ସହ ଆଇସିୟୁ ବେଡ଼ ଚାର୍ଯ ରହିଛି ୧୨ ରୁ ୧୮ ହଜାର ଟଙ୍କା। ଏନେଇ ସମସ୍ତ ଘରୋଇ ହସ୍ପିଟାଲର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ଏସିଏସ୍।
କୋଭିଡ ପାଇଁ ଘରୋଇ ହସ୍ପିଟାଲରେ ୫୦% ଶଯ୍ୟା ସଂରକ୍ଷଣ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

