ଜଟଣୀ : (ଶୁଭେନ୍ଦ୍ର ଶତପଥୀ) ଜାନୁୟାରୀ ୧୮ ରବିବାର ଦିନ ଜଟଣୀର ୨ୟ ପଥ ଉତ୍ସବ ଅନୁଷ୍ଠିତ ହେବ ବୋଲି ସାମ୍ୱାଦିକ ସମ୍ମିଳନୀରେ ମୁଖ୍ୟ ଆୟୋଯୋକ ଡଃ. ରୁଷି ପଟ୍ଟନାୟକ ପ୍ରକାଶ କହିଛନ୍ତି। ଜଟଣୀ ଗେଟ ନିକଟସ୍ଥ ହୋଟେଲ ଅତିଥି ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କମିଟିର ଅଧ୍ୟକ୍ଷ ତଥା ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ବିଶ୍ୱ ରଞ୍ଜନ ବଡଜେନା ପ୍ରଥମ ପଥ ଉତ୍ସବର ସଫଳତା ପାଇଁ ସାମ୍ବାଦିକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବୈଠକରେ ବିକାଶ ପରିଷଦ ସଭାପତି ସୁଦର୍ଶନ ସୁନ୍ଦରାୟ,ମନୋଜ କୁମାର ସ୍ୱାଇଁ, ଡ଼.ଉମାକାନ୍ତ ପଟ୍ଟନାୟକ, କୈଳାସ ଚନ୍ଦ୍ର ମହାପାତ୍ର,ଲିଟୁ ରଞ୍ଜନ ରାଉତରାୟ, ସାଂସଦଙ୍କ ପ୍ରତିନିଧି ସତୀଶ ଶର୍ମା,ସବ୍ୟସାଚୀ ଦାସ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ପଥ ଉତ୍ସବ ହରି ଭାଇନା ଛକ ଠାରୁ ମହୁଲି ଗୁଡ଼ିଆ ଛକ ମଧ୍ୟରେ ଥିବା ଦୁଇ ପାର୍ଶ୍ଵ ରାସ୍ତାରେ ଅନୁଷ୍ଠିତ ହେବ। ଏହି ପଥ ଉତ୍ସବରେ ଭାଗ ନେବାକୁ ଇଛୁକ କଳାକାର,ସାଂସ୍କୃତିକ ଅନୁଷ୍ଠାନ,ସ୍କୁଲ, କଲେଜ ତଥା ଇଛୁକ ବ୍ୟକ୍ତି ମାନେ ୯୩୩୭୦୫୨୭୦୬ ଏହି ନମ୍ବରରେ ଯୋଗାଯୋଗ କରିବାକୁ ନିବେଦନ କରାଯାଇଛି। ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ସହ ଲୋପ ପାଇ ଯାଉଥିବା କଳା ସଂସ୍କୃତିକୁ ବଞ୍ଚାଇବା ପାଇଁ ଏହି ପଥ ଉତ୍ସବ ମୁଖ୍ୟ ଭୂମିକାରେ ଆୟୋଜନ କରାଯାଉଛି ବୋଲି କମିଟିର ସଦସ୍ୟ ମାନେ ମତବ୍ୟକ୍ତ କରିଥିଲେ l
ଜାନୁୟାରୀ ୧୮ରେ ୨ୟ ଜଟଣୀ ପଥ ଉତ୍ସବ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

