ହରିଦ୍ଵାର ଠାରେ ନିର୍ମିତ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଏପ୍ରିଲ ମାସ ୨୦୨୬ ପ୍ରଥମ ସପ୍ତାହ ରେ ପ୍ରତିଷ୍ଠା କରାଯିବ ନିମନ୍ତେ ଆଲୋଚନା ବୈଠକ ଅନୁଷ୍ଠିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ହରିଦ୍ଵାର ମଠ ପରିସରରେ ନୂଆ କରି ନିର୍ମାଣ କରାଯାଇଥିବା ଶ୍ରୀଜଗନ୍ନାଥ ମନ୍ଦିର ଏପ୍ରିଲ ମାସ ପ୍ରଥମ ସପ୍ତାହ ରେ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପୁର୍ବରୁ ମଧ୍ଯ ଭୁବନେଶ୍ବର ଠାରେ ବୈଠକ ରେ ଏହି ପ୍ରତିଷ୍ଠା କରିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ହରିଦ୍ଵାର ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ଟ୍ରଷ୍ଟ ର ଚେୟାରମ୍ୟାନ ହରିଦ୍ଵାର ପିଠାଧିଶ୍ୱର ଅନନ୍ତ ଶ୍ରୀ ବିଭୂଷିତ ଦଣ୍ଡିସ୍ୱାମି ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ତୀର୍ଥ ଜୀ ମହାରାଜ ଙ୍କ ଅନୁମତି କ୍ରମେ ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ହରିଦ୍ଵାରର ମହା ସଚିବ ତଥା ମ୍ୟାନେଜିଂ ଟ୍ରଷ୍ଟି ଇଁ.ରବି ନାରାୟଣ ମହାପାତ୍ର, ଉପ ସଭାପତି ଶ୍ରୀମତୀ କନକ ଲତା ମହାପାତ୍ର, ଡ଼ ନାରାୟଣ ମହାପାତ୍ର, ବିନୋଦ କୁମାର ଦାସ ପ୍ରମୁଖ ବରିଷ୍ଠ ସଦସ୍ୟ ମାନେ ମନ୍ଦିର ପ୍ରତିଷ୍ଠା ବିଷୟ ରେ ସଭାରେ ଉପସ୍ଥିତ ରହି ଆଲୋଚନାର କରିଥିଲେ। ପ୍ରଥମେ ମଞ୍ଚାସୀନ ଅତିଥିବୃନ୍ଦ ଓ ଆସିଥିବା ଅନ୍ୟ ସମସ୍ତଙ୍କୁ ସ୍ଵାଗତ କରାଯାଇ ବୈଠକ ସମନ୍ଧରେ ସମସ୍ତଙ୍କୁ ସୂଚନାଦିଆ ଯାଇଥିଲା। ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ହରିଦ୍ୱାର ର ମ୍ୟାନେଜିଂ ଟ୍ରଷ୍ଟୀ ଇଁ ରବିନାରାୟଣ ମହାପାତ୍ର ସମସ୍ତଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ ଓ ପରେ ପରେ ହରିଦ୍ଵାର ରେ ନିର୍ମାଣ କରାଯାଉଥିବା ଶ୍ରୀଜଗନ୍ନାଥ ମନ୍ଦିର ର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ସେ ସମସ୍ତଙ୍କୁ ଅବଗତ କରାଇଥିଲେ । ଶେଷରେ ଆଜିର କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହ ରେ ଏହି ମନ୍ଦିର ପ୍ରତିଷ୍ଠା ନିମନ୍ତେ ଯେଉଁମାନେ ଅନୁଦାନ ଦେବାକୁ ଚାହୁଛନ୍ତି, ସେମାନେ ନିମ୍ନ ପ୍ରଦତ୍ତ ଟ୍ରଷ୍ଟ ଆକାଉଣ୍ଟରେ ହିଁ ଡିପୋଜିଟ କରିବାକୁ ବିନମ୍ର ଅନୁରୋଧ କରାଯାଇଥିଲା Shree Jagannath Charitable Trust, Haridwar. AC no.110091807774. ISFC:CNRB 0002487. କାନାଡା ବ୍ୟାଙ୍କ୍, ସହିଦ ନଗର, ଭୁବନେଶ୍ବର।

powered by social2s