ଜଗତସିଂହପୁର: ଜଗତସିଂହପୁରରେ ଦୀର୍ଘ ୫ ଦିନ ପରେ ବସ୍ ଚଳାଚଳ ହେଲା ସ୍ୱାଭାବିକ। ଜଗତସିଂହପୁର ଘରୋଇ ବସ୍ ମାଲିକ ସଂଘର ଚକା ବନ୍ଦ ଆନ୍ଦୋଳନ ସ୍ଥଗିତ ରଖାଯାଇଛି। ମୁଖ୍ୟମନ୍ତ୍ରୀ ବସ୍ ସେବାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଥିଲା ବସ୍ ସଂଘ। ରାଜ୍ୟ ପରିବହନ କମିଶନରଙ୍କ ପ୍ରତିଶୃତି ପରେ ବସ୍ ଧର୍ମଘଟ ସ୍ଥଗିତ ରହିଛି। କଟକ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନକୁ ଗଡୁଛି ବସ୍।
powered by social2s

