ପଶ୍ଚିମବଙ୍ଗରୁ ଫେରିଲେ ୧୪ ଦିନ କ୍ବାରେନଟାଇନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
ଭୁବନେଶ୍ୱର: ପଶ୍ଚିମବଙ୍ଗରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନ ଟ୍ରିପଲ ମ୍ୟୁଣ୍ଟାଟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। 
ଏନେଇ ଆଜି ଓଡିଶା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସ୍ ବିବୃତି ଦେଇଛନ୍ତି। 
 
ଆସନ୍ତା କାଲି ଠାରୁ ପଶ୍ଚିମବଙ୍ଗ ରୁ ଫେରୁଥିବା ସମସ୍ତ ବ୍ୟକ୍ତି ଙ୍କୁ ୧୪ ଦିନ ପାଇଁ ସଂଗରୋଧ ବାଧ୍ୟତାମୂଳକ କରାଯାଇଛି। 
ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। 
 
ଓଡିଶା ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରେ ଚେକିଂ ପୋଷ୍ଟ କରାଯାଇ କଡାକଡି ଯାଞ୍ଚ କରାଯିବ। 
 
ପଶ୍ଚିମବଙ୍ଗ ରୁ କେହି ଓଡିଶା ଆସୁଥିଲେ ଚେକ୍ ପୋଷ୍ଟ ନିକଟରେ ତିଆରି କରାଯାଇଥିବା କ୍ବାରେଣ୍ଟିନ ସେଣ୍ଟରରେ ରଖାଯିବ। 
ଏନେଇ ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। 
 
ତେବେ ଦୁଇଟା ଡୋଜ କୋଭିଡ ଭ୍ୟାକ୍ସିନେସନ୍ କରାଯାଇଥିଲେ କିମ୍ବା ଆଟିପିସିଆର୍ ର ୪୮ ଘଣ୍ଟାର ନେଗେଟିଭ୍ ରିପୋର୍ଟ ଥିବା ବ୍ୟକ୍ତି ମାନଙ୍କୁ ହୋମ କ୍ବାରେଣ୍ଟିନ ପାଇଁ ଅନୁମତି ଦିଆଯିବ ବୋଲି ସେ କହିଛନ୍ତି। 
 
ସେହିଭଳି କେବଳ ସଡ଼କ ପଥ ନୁହେଁ ଉଡାଜାହାଜରେ ମଧ୍ୟ ପଶ୍ଚିମବଙ୍ଗରୁ ଆସୁଥିବା ସମସ୍ତ ବ୍ୟକ୍ତି ଙ୍କୁ ୧୪ ଦିନ କ୍ବାରେଣ୍ଟିନରେ ରହିବାପାଇଁ ନିର୍ଦ୍ଦେଶ ଦିଆଯାଇଛି।
 
 
 
powered by social2s