ଭୁବନେଶ୍ଵର: ଭୁବନେଶ୍ବରରେ ଥିବା ଏକ ନମ୍ବର ହାଟରେ ଲାଗିଥିବା ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ହୋଇଥିବା କହିଲେ ଚିଫ୍ ଫାୟାର ଅଫିସର ରମେଶ ଚନ୍ଦ୍ର ମାଝୀ। ମାଝୀ କହିବା ଅନୁଯାୟୀ ରାତି ୧ଟା ୩୫ରେ ନିଆଁ ଲାଗିଥିବା ଅଗ୍ନିଶମ ବାହିନୀକୁ ଖବର ଆସିଥିଲା। ଖବରପାଇ ଅଗ୍ନିଶମ ବାହିନୀ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାୟ ୭୦ ଜଣ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ। ହାଟରେ ପ୍ଲାଷ୍ଟିକ୍ ନିଆଁକୁ ଅଧିକ ବଳ ଯୋଗାଇଥିଲା। ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ହୋଇଛି,ଏବେ ସୁରକ୍ଷିତ ଥିବା କହିଲେ ଚିଫ୍ ଫାୟାର ଅଫିସର।
powered by social2s

