ଭୁବନେଶ୍ୱର: ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଲକ୍ଷଣୀୟ ଭାବେ ବୃଦ୍ଧି ପାଇଛି। ଗତ ୪ ଦିନ ମଧ୍ୟରେ ଉପକୂଳ ଅଞ୍ଚଳରେ ସାଧାରଣତଃ ୩ ଡିଗ୍ରୀ ଏବଂ ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରାୟ ୭ ଡିଗ୍ରୀ ସେଲସିଅସ ତାପମାତ୍ରା ବଢ଼ିଛି। ଝାରସୁଗୁଡ଼ାରେ ସର୍ବାଧିକ ୭.୨ ଡିଗ୍ରୀ ବୃଦ୍ଧି ସହିତ ତାପମାତ୍ରା ୧୪ ଡିଗ୍ରୀରେ ପହଞ୍ଚିଛି। କେନ୍ଦୁଝରରେ ୫.୨ ଡିଗ୍ରୀ ବଢ଼ି ତାପମାତ୍ରା ୧୪.୬ ଡିଗ୍ରୀ ରେକର୍ଡ ହୋଇଛି। ଭୁବନେଶ୍ୱରରେ ୨.୨ ଡିଗ୍ରୀ ବୃଦ୍ଧି ସହ ୧୪.୬ ଡିଗ୍ରୀ ତାପମାତ୍ରା ରହିଛି। ପାରାଦୀପରେ ୩ ଡିଗ୍ରୀ ବଢ଼ି ତାପମାତ୍ରା ୧୫.୪ ଡିଗ୍ରୀ ହୋଇଛି। ବାଲେଶ୍ୱରରେ ୩ ଡିଗ୍ରୀ ବୃଦ୍ଧି ସହ ୧୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଚାନ୍ଦବାଲିରେ ୪ ଡିଗ୍ରୀ ବଢ଼ି ତାପମାତ୍ରା ୧୬.୨ ଡିଗ୍ରୀ ହୋଇଛି। ଗୋପାଳପୁରରେ ୧.୪ ଡିଗ୍ରୀ ବୃଦ୍ଧି ସହ ୧୬.୮ ଡିଗ୍ରୀ ଏବଂ ପୁରୀରେ ୨.୪ ଡିଗ୍ରୀ ବଢ଼ି ୧୮.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
powered by social2s

