ଭୁବନେଶ୍ବର: ଆଜି ମା' ସରସ୍ଵତୀଙ୍କ ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ପୁରପଲ୍ଲୀଠୁ ସହର । ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ କରାଯାଉଛି। ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀଙ୍କ ପୂଜା ପାଇଁ ସମସ୍ତ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ଭକ୍ତିପୂତ ପୂଜାର୍ଚ୍ଚନା କରାଯାଉଛି। ଭୁବନେଶ୍ବର ୟୁନିଟ୍ ୮ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ କରାଯାଇଛି ସମୁହ ପୂଜା। ଏଠାରେ ନିଜେ ମନ୍ତ୍ରପାଠ କରନ୍ତି ଛାତ୍ରଛାତ୍ରୀ।
powered by social2s

