ହେ ମାତାରାଣୀ ତୁ ଆଦିଶକ୍ତି ସରସ୍ବତୀ ଅନ୍ୟତମ ଦେଵୀ ନିରାକାର ତୁ ନିର୍ଗୁଣ ଶ୍ଵେତବର୍ଣ୍ଣ ତୁମ ନାମ ll ତୁ ଅଟୁ ବିଦ୍ୟା ଜ୍ଞାନର ଦାତ୍ରୀ ଜୟ ମାତ ସରସ୍ବତୀ ହସ୍ତ ଯୋଡି ମୁଁ ପ୍ରାର୍ଥନା କରେ ରଖୁଛି ଏକ ଵିନତୀ ll କର କମଳେ ଶୋଭା ପାଉଛି କଚ୍ଛପୀ ରୂପକ ବୀଣା ଜୀବ ଥିବା ଯାଏଁ ପୂଜୁ ଥିବି ନାହିଁ ମୋର ମନ ଉଣା ll ହେ ମାତ ତୁ ପୁସ୍ତକ ଧାରିଣୀ ଦେଇଥାନ୍ତି ଆଶୀର୍ବାଦ ତୋ ରୂପର କି ଗୁଣ ଗାଇବି ନାହିଁ ମୋ ନିକଟେ ଶବ୍ଦ ll ତୁ ଅଟୁ ବାଗ୍ ଦେଵୀ ହେ ମାତ କଣ୍ଠ ମଧ୍ୟେ ତୋ ପ୍ରବେଶ ସ୍ରୋତସ୍ୱତୀ ପରି ତୋ ପ୍ରବାହ ଯୋଗମାୟା ତୋର ବେଶ ll ତ୍ରିନାଥ ପଟ୍ଟନାୟକ ଯୁବ ଇଂରାଜୀ ଅଧ୍ୟାପକ ତଥା କବି ଶୈଳବାଳା ଇନ୍ସିଟ୍ୟୁଟ୍ ଅଫ୍ ନର୍ସିଂ ଏଣ୍ଡ୍ ମେଡିକାଲ୍ ସାଇନ୍ସ୍ ଜିଲ୍ଲା: କୋରାପୁଟ ମୋ:୮୯୧୭୩୧୯୩୭୭
powered by social2s

