ଭୁବନେଶ୍ବର: ଭୁବନେଶ୍ବର ଜନପଥରେ ବାଇକ୍କୁ ଧକ୍କା ଦେଲା ଆମ ବସ୍। ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀ ଆହତ ହୋଇଛନ୍ତି। ଏହା ପରେ ୩ଟି ଆମ ବସ୍ ଭାଙ୍ଗିଲେ ଉତ୍ୟକ୍ତ ଲୋକେ। ପରିସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ପୋଲିସ୍ ପକ୍ଷରୁ ଲାଠିଚାର୍ଜ କରାଯାଇଥିଲା। ଆମ ବସ୍ ଭଙ୍ଗାରୁଜାକୁ ନେଇ ଭୁବନେଶ୍ବର ଡିସିପି ଜଗମୋହନ ମୀନ କହିଲେ ଯେ ଏହା ଅସାମାଜିକ କାର୍ଯ୍ୟ, ଆଦୌ ବରଦାସ୍ତ କରାଯିବନି। ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଘରୋଇ ଗାଡ଼ି ବି ଦୁର୍ଘଟଣା ହେଉଛି, କିନ୍ତୁ ଦୁର୍ଘଟଣାକୁ ବାହାନା କରି କେହି ଏଭଳି ଭଙ୍ଗାରୁଜା କରି ପାରିବେନି।
powered by social2s

