ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମଜୁମଦାରଙ୍କ ପରଲୋକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଓ ସିନେମା ଜଗତର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମଜୁମଦାରଙ୍କ ପରଲୋକ ହୋଇଛି। ୫୪ ବର୍ଷ ବୟସରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି। ଲିଭର୍‌ଜନିତ ସମସ୍ୟାରେ ସେ କିଛିଦିନ ଧରି ଚିକିତ୍ସାଧୀନ ଥିଲେ। ୧୯୯୧ ମସିହାରେ ସଙ୍ଗୀତ କ୍ୟାରିଅର ଆରମ୍ଭ କରିଥିବା ଅଭିଜିତ୍‌ଙ୍କ ପ୍ରଥମ ସମ୍ବଲପୁରୀ ଆଲବମ୍‌ ‘ଦକ୍ସିଗଲା’ ଖୁବ୍‌ ଲୋକପ୍ରିୟ ହୋଇଥିଲା। ୨୦୦୦ ମସିହାରୁ ସେ ଓଡ଼ିଆ କଥାଚିତ୍ର ଜଗତରେ ସଙ୍ଗୀତ ନିର୍ଦ୍ଦେଶନା ଆରମ୍ଭ କରିଥିଲେ। ତରଙ୍ଗ ଟିଭିର ‘ମେଲୋଡି ନାଇଟ୍ସ’ କାର୍ଯ୍ୟକ୍ରମ ମାଧ୍ୟମରେ ସେ ଘରେଘରେ ପରିଚିତ ହୋଇଥିଲେ। ତାଙ୍କ ସଙ୍ଗୀତ ଯାତ୍ରାରେ ସେ ୭୦୦ରୁ ଅଧିକ ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ୨୦୧୧ ମସିହାରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଥିଲେ। କରୋନା ଲକଡାଉନ୍ ସମୟରେ ‘ଲକଡାଉନ୍ ଅନ୍ତାକ୍ଷରୀ’ ଓ ‘ବ୍ୟାଣ୍ଡ୍ ବାଜା ବାରାତ୍ ଉଇଥ୍ ଅଭିଜିତ୍’ କାର୍ଯ୍ୟକ୍ରମ ମାଧ୍ୟମରେ ସେ ବିଶେଷ ଲୋକପ୍ରିୟତା ଅର୍ଜନ କରିଥିଲେ। ସଙ୍ଗୀତକାର ହେବା ପୂର୍ବରୁ ଅଭିଜିତ୍‌ ଜଣେ ଅଧ୍ୟାପକ ଥିଲେ। ୧୯୯୬ ମସିହାରେ ସଙ୍ଗୀତ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବେ ନିଜକୁ ନିୟୋଜିତ କରିବା ପାଇଁ ସେ ନିଜ ଚାକିରିରୁ ଇସ୍ତଫା ଦେଇଥିଲେ। ତାଙ୍କ ଦେହାନ୍ତରେ ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା

powered by social2s