ଖଣ୍ଡଗିରି ମେଳା ପାଇଁ ୧୦ ପ୍ଲାଟୁନ ଫୋର୍ସ ମୁତୟନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଆଜିଠୁ ଭୁବନେଶ୍ବରରେ ପ୍ରସିଦ୍ଧ ଖଣ୍ଡଗିରି ମେଳା ଆରମ୍ଭ ହୋଇଛି। ମେଳାକୁ ସୁରକ୍ଷିତ ଭାବେ ପରିଚାଳନା କରିବା ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ ଏସିପି ତାପସ ପ୍ରଧାନ କହିଛନ୍ତି ଯେ, ମେଳାରେ ଜଣେ ଡିସିପି, ଜଣେ ଏସିପି, ୩ ଜଣ ଇନ୍ସପେକ୍ଟର ସହ ମୋଟ ୨୭ ଜଣ ଅଧିକାରୀ ନିୟୋଜିତ ରହିବେ। ଭିଡ଼ ଥିବା ସ୍ଥାନଗୁଡ଼ିକରେ ସାଦା ପୋଷାକଧାରୀ ଗୋଟିଏ ପ୍ଲାଟୁନ ପୋଲିସ ମଧ୍ୟ ପଇଁତରା ମାରିବ। ଏହା ସହ ଖଣ୍ଡଗିରି ଓ ଉଦୟଗିରି ପାହାଡ଼ ଉପରେ ସିସିଟିଭି କ୍ୟାମେରା ମାଧ୍ୟମରେ ନଜରଦାରି ବ୍ୟବସ୍ଥା କରାଯାଇଛି। ଜୟଦେବ ବାଟିକା ଅଞ୍ଚଳରେ ମଧ୍ୟ ଅପରାଧିକ ତତ୍ତ୍ୱ ଉପରେ କଡା ନଜର ରଖିବାକୁ ବ୍ୟବସ୍ଥା କରାଯାଇଛି।

powered by social2s