ରାଜ୍ୟସ୍ତରୀୟ ଦୌଡ଼କୁଦ ଓ ହକି ଚୟନ ଶିବିର ଆୟୋଜିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ବରୁଣେଇ ଠାରେ ସ୍ଥିତ କେଟି ଗ୍ଲୋବାଲ ସ୍କୁଲ୍ ରେ ଗତ କାଲି ଠାରୁ ସ୍ପେଶିଆଲ ଅଲିମ୍ପିକ୍ ଭାରତ ଓଡ଼ିଶା ର ରାଜ୍ୟସ୍ତରୀୟ ଦୌଡକୁଦ ଓ ହକି ଚୟନ ଶିବିର ଆରମ୍ଭ ହୋଇଛି। ଏଥିରେ ସାରା ଓଡ଼ିଶା ରୁ ପାଖାପାଖି ୨୦୦ ପ୍ରତିଭାଗି ଯୋଗ ଦେଇଛନ୍ତି । ଉଦ୍ଘାଟନୀ ଦିବସରେ ଦୌଡକୁଦ ର ୫୦ ମି., ୧୦୦ ମି., ୪୦୦ ମି., ଓ ୧୦୦ x ୪ ରିଲେ ରେସ୍ ସହିତ ହକି ର ଦକ୍ଷତା ନିରୁପଣ କରାଯାଇ ଥିଲା। ଆଜିର ଦିବସରେ ପାରା ଅଲିମ୍ପିକ୍ ର ଅସି ଚାଳନା ରେ ବିଶ୍ଵ ରେ ଅନେକ ପଦକ ର ଅଧିକାରୀ ରାଖାଲ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି କ୍ରୀଡ଼ାବିତ୍ ମାନଙ୍କୁ ପଦକ ଓ ମାନପତ୍ର ପ୍ରଦାନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ଏହି ଶିବିର କୁ ଏସ୍ ଓ ବି ଓଡ଼ିଶା ର କ୍ରୀଡ଼ା ନିର୍ଦ୍ଦେଶକ ସସ୍ମିତା ମହାପାତ୍ର, ମାନସିକ ବିଶେଷଜ୍ଞ ମନତୋଷ ବେହେରା, ରାଜ୍ୟ ସଞ୍ଜୋଜକ ଅର୍ପିତା ମହାପାତ୍ର, କେ ଟି ଗ୍ଲୋବାଲ ସ୍କୁଲ୍ ର ଅଂଶୁମାନ ମହାନ୍ତ ଓ ଜ୍ୟୋତି ଶଙ୍କର ନନ୍ଦ ଓ ତାଙ୍କ ସହାୟକ ଦଳ ପରିଚାଳନା କରିଥିଲେ । ଏହି ଶିବିର ରୁ ଚୟନିତ ହୋଇଥିବା କ୍ରୀଡ଼ାବିତ ମାନେ ଆସନ୍ତା ଫେବୃୟାରୀ ମାସରେ ହେବାକୁ ଥିବା ଜାତୀୟ ପ୍ରତିଯୋଗୀତା ରେ ଅଂଶ ଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହେବେ। ସ୍ପେଶିଆଲ୍ ଅଲମ୍ପିକ୍ସ ଭାରତ ଓଡ଼ିଶା ର ନିର୍ଦ୍ଦେଶକ ପ୍ରକାଶ ରଥ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହେଉଛି । ଓଡ଼ିଶା ସରକାରଙ୍କର କ୍ରୀଡ଼ା ବିଭାଗ ତରଫରୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରା ଯାଇଛି

powered by social2s