ଭୁବନେଶ୍ବର: ଚାଷୀ, ଯୁବ ଓ ମହିଳାଙ୍କ ବିକାଶ ଓଡ଼ିଶା ସରକାରଙ୍କ ପ୍ରାଥମିକତା। ୧୯ ମାସ ହେଲା ଦ୍ରୁତ ବିକାଶର ଯାତ୍ରୀ ହେଉଛି ଓଡ଼ିଶା। କଟକ ବାରବାଟୀ ଷ୍ଟାଡିୟମରେ ଜାତୀୟ ପତାକା ଉତ୍ତୋଳନ କରି ଏହା କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ, କିଛି ବର୍ଷ କିଛି ଭିତରେ ଓଡ଼ିଶାରେ ବଦଳିବ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା । ନାରୀ ସୁରକ୍ଷା ଆମ ସରକାରଙ୍କ ପ୍ରାଥମିକତା। ମହିଳାଙ୍କ ବିରୋଧୀ ହିଂସାକାରୀଙ୍କ ଗୋଟିଏ ଠିକଣା ଜେଲ୍। ଓଡ଼ିଶା ହେଉଛି ନିବେଶକଙ୍କ ପ୍ରଥମ ପସନ୍ଦ। ଆସନ୍ତା ୧୦ ବର୍ଷ ମଧ୍ୟରେ ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟ ରହିଛି ବୋଲି ନିଜ ଅଭିଭାଷଣରେ କହିଲେ ମୁଖ୍ୟମନ୍ତ୍ରୀ। ପରେଡ୍ରେ ସାମିଲ୍ ହୋଇଥିଲେ ୪୭ଟି କଣ୍ଟିଜେଣ୍ଟ ଓ ୯ଟି ସରକାରୀ ପ୍ରଜ୍ଞାପନ ମେଢ଼ I ଭୁବନେଶ୍ବର ମହାତ୍ମା ଗାନ୍ଧୀ ମାର୍ଗରେ ଅୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ହରି ବାବୁ କମ୍ଭମପତି। ଗାନ୍ଧି ମାର୍ଗରେ ଭବ୍ୟ ପରେଡ୍ ର ଅଭିବାଦନ ଗ୍ରହଣ କଲେ ରାଜ୍ୟପାଳ। ପରେଡ୍ରେ ୫୪ଟି କଣ୍ଟିଜେଣ୍ଟଙ୍କ ଅଂଶଗ୍ରହଣ କରିଥିଲେ।
କିଛି ବର୍ଷ ଭିତରେ ଓଡ଼ିଶାରେ ବଦଳିବ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା: ମୁଖ୍ୟମନ୍ତ୍ରୀ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

