ନୂଆଦିଲ୍ଲୀ କର୍ତ୍ତବ୍ୟ ପଥରେ ପଞ୍ଚାୟତରାଜ ମନ୍ତ୍ରୀଙ୍କ ତରଫରୁ ସମ୍ମାନିତ ହେଲେ ରାଜୁପୁଟ ସରପଞ୍ଚ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୋରାପୁଟ : ୭୭ତମ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ରେ ନୂଆଦିଲ୍ଲୀ ସ୍ଥିତ କର୍ତ୍ତବ୍ୟ ପଥରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଶପଥ ପାଠ ଉତ୍ସବରେ ଭାରତ ସରକାରଙ୍କ ତରଫରୁ କଡା ସୁରକ୍ଷାବଳ ମଧ୍ୟରେ କୋରାପୁଟ ଜିଲ୍ଲାର ସେମିଲିଗୁଡା ବ୍ଲକ ସ୍ଥିତ ରାଜୁପୁଟ ସରପଞ୍ଚ ଶ୍ରୀ ପିତାମ୍ବର କିର୍ଷାନୀଙ୍କ ସମେତ ଓଡ଼ିଶାରୁ ୧୦ ଜଣ ସରପଞ୍ଚ ଯୋଗ ଦେଇଥିଲେ l କୋରାପୁଟ ଜିଲ୍ଲାର ସେମିଲିଗୁଡା ବ୍ଲକ ସ୍ଥିତ ରାଜୁପୁଟ ପଞ୍ଚାୟତକୁ ଯୋଗ୍ୟ ବିବେଚିତ କରାଯାଇଥିବା ସହ କେନ୍ଦ୍ରୀୟ ପଞ୍ଚାୟତରାଜ ମନ୍ତ୍ରୀ ରାଜୁପୁଟ ସରପଞ୍ଚ ଶ୍ରୀ ପିତାମ୍ବର କିର୍ଷାନୀଙ୍କୁ ସମ୍ମାନିତ କରିଥିବା ଦେଖା ଦେଇଅଛି l ଏଇ କ୍ରମରେ କୋରାପୁଟ ଜିଲ୍ଲାର ପିତାମ୍ବର କିର୍ଷାନୀଙ୍କ ସମେତ ସୁନ୍ଦରଗଡ଼ ଜିଲ୍ଲାର ଜମୁନା ନାଇକ,ନୟାଗଡ଼ ଜିଲ୍ଲାର ସସ୍ମିତା ପାତ୍ର,ଯାଜପୁର ଜିଲ୍ଲା ପ୍ରତିମା ରାଉତ,ଦେବଗଡ଼ର କୁବେର କୁମାର ପ୍ରଧାନ,ଜଗତସିଂହପୁର ଜିଲ୍ଲାର ସୁପ୍ରିୟା ଦାସ,ପୁରୀ ଜିଲ୍ଲାର ସିଲି ଜେନା,ମୟୁରଭଞ୍ଜ ଜିଲ୍ଲାର ଅନୁପ ସିଙ୍ଗ,ସମ୍ବଲପୁର ଜିଲ୍ଲାର ଭାଗିନ୍ଦ୍ର କିସାନ,ସମ୍ବଲପୁର ପଙ୍କଜିନୀ କୁମାର,କେଉଁଝର ଜିଲ୍ଲାର ରମେଶ ମୁଣ୍ଡା,ଭୁବନେଶ୍ୱରର SIRD ବ୍ରଜକିଶୋର ପଣ୍ଡା ପ୍ରମୂଖଙ୍କୁ ମନୋନୀତ କରାଯାଇ ସମ୍ମାନିତ କରାଯାଇଥିଲା l ଏହି ପୁରସ୍କାର ପାଇ ରାଜୁପୁଟ ସରପଞ୍ଚ ଶ୍ରୀ ପିତାମ୍ବର କିର୍ଷାନୀ ବେଶ୍ ଖୁସି ଥିବା ଦେଖା ଦେଇଅଛି l

powered by social2s