ଭୁବନେଶ୍ୱର: ଖୋର୍ଦ୍ଧା ର ବରୁଣେଇ ଠାରେ ସ୍ଥିତ କେଟି ଗ୍ଲୋବାଲ ସ୍କୁଲ୍ ରେ ଗତ ୨୪ ତାରିଖ ରୁ ଆରମ୍ଭ ହୋଇଥିବା ସ୍ପେଶିଆଲ ଅଲିମ୍ପିକ୍ ଭାରତ ଓଡ଼ିଶା ର ରାଜ୍ୟସ୍ତରୀୟ ଦୌଡକୁଦ ଓ ହକି ଚୟନ ଶିବିର ଉଦଯାପିତ ହୋଇଯାଇଛି। ଏଥିରେ ସାରା ଓଡ଼ିଶା ରୁ ପାଖାପାଖି ୨୦୦ ପ୍ରତିଭାଗି ଯୋଗ ଦେଇଛନ୍ତି । ଏହି ଅବସରରେ ଦୌଡକୁଦ ର ୫୦ ମି., ୧୦୦ ମି., ୨୦୦ ମୀ, ୪୦୦ ମି., ୮୦୦ ମି଼, ୧୫୦୦ ମିଟର ଓ ୧୦୦ x ୪ ମିଟର ରିଲେ ରେସ୍, ଲଙ୍ଗ ଜମ୍ପ୍, ସଟପୁଟ, ମିନି ଯାଭେଲିନ ଆଦି ଖେଳ ସହିତ ହକି ର ଦକ୍ଷତା ନିରୁପଣ କରାଯାଇ ଥିଲା ଓ ବିଭିନ୍ନ ବିଭାଗ ରେ ପ୍ରତିଯୋଗୀତା ମାନ କରା ଯାଇଥିଲା। ପାରା ଅଲିମ୍ପିକ୍ ର ଅସି ଚାଳନା ରେ ବିଶ୍ଵ ରେ ଅନେକ ପଦକ ର ଅଧିକାରୀ ରାଖାଲ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି କ୍ରୀଡ଼ାବିତ୍ ମାନଙ୍କୁ ପଦକ ଓ ମାନପତ୍ର ପ୍ରଦାନ କରିଥିଲେ । ଏହି ଶିବିର ରୁ ଏକ ୧୨ ଜଣିଆ ପୁରୁଷ ଦଳ ଓ ୧୩ ଜଣିଆ ମହିଳା ଦଳ ଆସନ୍ତା ଫେବୃଆରୀ ୨ ରୁ ୬ ତାରିଖ ପର୍ଯ୍ୟନ୍ତ ହରିୟଣା ର ହିସ।ର ରେ ହେବାକୁ ଥିବା ଜାତୀୟ ଦୌଡକୁଦ ପ୍ରତିଯୋଗୀତା ରେ ଭାଗ ନେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେହିଭଳି ହରିୟଣା ର ଫରିଦାବ।ଦ ରେ ଫେବୃୟାରୀ ୨୨ ରୁ ୨୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜାତୀୟ ହକି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ୬ ଜଣିଆ କରି ମହିଳା ଓ ପୁରୁଷ ଦଳ ଦୁଇଟି ମନୋନୀତ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଏହି ଶିବିର କୁ ଏସ୍ ଓ ବି ଓଡ଼ିଶା ର କ୍ରୀଡ଼ା ନିର୍ଦ୍ଦେଶକ ସସ୍ମିତା ମହାପାତ୍ର, ମାନସିକ ବିଶେଷଜ୍ଞ ମନତୋଷ ବେହେରା, ରାଜ୍ୟ ସଞ୍ଜୋଜକ ଅର୍ପିତା ମହାପାତ୍ର, କେ ଟି ଗ୍ଲୋବାଲ ସ୍କୁଲ୍ ର ଅଂଶୁମାନ ବଳ ଓ ଜ୍ୟୋତି ଶଙ୍କର ନନ୍ଦ ଓ ତାଙ୍କ ସହାୟକ ଦଳ ପରିଚାଳନା କରିଥିଲେ । ହକି ଶିବିର କୁ ପରିଚାଳନା କରିବାରେ ସରକାରୀ ଶାରୀରିକ ଶିକ୍ଷା କଲେଜ, ତମ।ଣ୍ଡୋ ର ଏକ ୫ ଜଣିଆ ମହିଳା ଓ ପୁରୁଷ ଦଳ ସହାୟତା ପ୍ରଦାନ କରିଥିଲେ। ସ୍ପେଶିଆଲ୍ ଅଲମ୍ପିକ୍ସ ଭାରତ ଓଡ଼ିଶା ର ନିର୍ଦ୍ଦେଶକ ପ୍ରକାଶ ରଥ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହେଉଛି । ଓଡ଼ିଶା ସରକାରଙ୍କର କ୍ରୀଡ଼ା ବିଭାଗ ତରଫରୁ ସମସ୍ତ ପ୍ରକାର ସହାୟତା ପ୍
ରାଜ୍ୟସ୍ତରୀୟ ଦୌଡ଼କୁଦ ଓ ହକି ଚୟନ ଶିବିର ଆୟୋଜିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

