ଭୁବନେଶ୍ବର: ଆଜି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ୮ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ ସମର୍ଥନ ଜଣାଇଛନ୍ତି କଂଗ୍ରେସ ଓ ବିଜେଡି। ଧାନକିଣାରେ ଅବ୍ୟବସ୍ଥା, ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଓ ସ୍ମାର୍ଟ ମିଟରକୁ ନେଇ ସାଧାରଣ ଲୋକଙ୍କ ଉପରେ ଜୋରିମାନା ବୋଝକୁ ବିରୋଧ କରି ବନ୍ଦ ପାଳନ କରାଯାଉଛି। ଭୁବନେଶ୍ବର ଉପକଣ୍ଠ ଉତ୍ତରା ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ନବନିର୍ମାଣ କୃଷକ ସଂଗଠନର ସଦସ୍ୟ ମାନେ। ବରମୁଣ୍ଡା ବସ୍ ଷ୍ଟାଣ୍ଡ୍ ରେ ବସ୍ ଚଳାଚଳ ବନ୍ଦ ରହିଛି। ସୁବର୍ଣ୍ଣପୁର ବିନିକାରେ ପିକେଟିଂ କରିଛନ୍ତି ବନ୍ଦ ସମର୍ଥକ। ବିନିକା-ବରପାଲି ଜାତୀୟ ରାଜପଥ କଲେଜ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବଲାଙ୍ଗିର ମୁଖ୍ୟ ଡାକଘରେ ତାଲା ପକାଇଲେ ଆନ୍ଦୋଳନକାରୀ। ବଲାଙ୍ଗିର ସହରରେ ପିକେଟିଂ ସହ ଗାଡ଼ି ଚଳାଚଳ ବନ୍ଦ କଲେ। ବ୍ରହ୍ମପୁର ସହର ଶିକ୍ଷାନୁଷ୍ଠାନ ଖୋଲା ଥିବା ବେଳେ ପେଟ୍ରୋଲ ପମ୍ପ ବନ୍ଦ ରହିଛି। କଟକ- ପୁରୀ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି।
ଓଡ଼ିଶା ବନ୍ଦ ଯୋଗୁଁ ବିଭିନ୍ନ ସ୍ଥାନରେ ଗାଡ଼ି ଚଳାଚଳ ପ୍ରଭାବିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

