କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡ଼ବିଲରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଡକାୟତ ସିପୁ କୁମାର ଆହତ ହୋଇଛନ୍ତି। ଓଡ଼ିଶା-ଝାଡ଼ଖଣ୍ଡ ସିମା ଟାଙ୍କୁରା ଜଙ୍ଗଳରେ ସିପୁ ଲୁଚିଥିବା ଖବରପାଇ ଚଢ଼ାଉ କରିଥିଲା ପୋଲିସ। ସିପୁର ଡାହାଣ ଗୋଡ଼ରେ ବାଜିଛି ଗୁଳି। ବଡବିଲ୍ ମେଡିକାଲରେ ଭର୍ତ୍ତି ସିପୁ ନିକଟରୁ ଏକ ଦେଶୀ ବନ୍ଧୁକ ଜବତ କରିଛି ପୋଲିସ। କିଛି ଦିନ ପୂର୍ବରୁ ଘଟିଥିବା ବଡ଼ବିଲ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଡକାୟତିରେ ଥିଲା ସମ୍ପୃକ୍ତି। ଓଡ଼ିଶା, ବିହାର ଓ ଝାରଖଣ୍ଡରେ ବେଆଇନ୍ ଅସ୍ତ୍ର ଶସ୍ତ୍ର ଡକାୟତି ଓ ଲୁଟ୍ ଭଳି ଅପରାଧରେ ସାମିଲ ଥିଲା ବିହାରର ସିପୁ କୁମାର।
powered by social2s

