ସବୁ ବର୍ଗ ପାଇଁ ବଜେଟ୍‌: ଓଡ଼ଶା ମୁଖ୍ୟମନ୍ତ୍ରୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ବଜେଟ୍‌କୁ ସ୍ବାଗତ କଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବଜେଟ୍‌ରେ ଓଡ଼ିଶାକୁ ଗୁରୁତ୍ବ ଦିଆଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଲେ। ମୁଖ୍ୟମନ୍ତ୍ରୀ କହିଲେ ଯେ, ଐତିହାସିକ ବଜେଟ୍‌, ମୋଦିଙ୍କ ସ୍ବପ୍ନକୁ ସାକାର କରିବ। ସବୁ ବର୍ଗ ପାଇଁ ବଜେଟ୍‌ ଉପସ୍ଥାପନ କରାଯାଇଛି। ଶିଳ୍ପ, କୃଷିକୁ ପ୍ରାଧାନ୍ୟ ଦିଆଯାଇଛି, ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଓଡ଼ିଶାରେ ଜାତୀୟ ଜଳମାର୍ଗ-୫ ପାଇଁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ। ପରିବେଶ ସମ୍ମତ କାର୍ଗୋ ପରିବହନ ପ୍ରୋତ୍ସାହନ ପାଇଁ ବଡ଼ ପଦକ୍ଷେପ ନିଆଯାଉଛି। NW-5 ଦ୍ୱାରା ତାଳଚେର ଓ ଅନୁଗୋଳ ଖଣିଜ-ସମୃଦ୍ଧ ଅଞ୍ଚଳ ସଂଯୋଗ ହେବ। କଳିଙ୍ଗ ନଗର ଭଳି ଶିଳ୍ପ କେନ୍ଦ୍ରଗୁଡ଼ିକୁ ସଂଯୋଗ କରାଯିବ। ଜଳମାର୍ଗ ପାରାଦୀପ ଓ ଧାମରା ବନ୍ଦର ସହିତ ସଂଯୋଗ କରିବ। ଏହା ଦ୍ୱାରା ଲଜିଷ୍ଟିକ୍ସ ଦକ୍ଷତା, ଶିଳ୍ପ ବିକାଶକୁ ପ୍ରୋତ୍ସାହନ ମିଳିବ। ଓଡ଼ିଶାରେ କଇଁଛ ଅଣ୍ଡାଦାନ ସ୍ଥଳୀର ଉନ୍ନତି ନେଇ କଇଁଛ ପଥ ଓ ଇକୋ-ଟୁରିଜମ୍ ବିକାଶ ପାଇଁ ପରିବେଶ ଅନୁକୂଳ ରହିଛି। ସ୍ଥାନୀୟ ଜୀବିକା ଉନ୍ନତି ସହ ନୂତନ ନିଯୁକ୍ତି ସୃଷ୍ଟି କରିବ।

powered by social2s