ସମ୍ବଲପୁର: ଲୋକ ସେବା ସମ୍ବଲପୁର ନାମକ ସାମାଜିକ ସେବା ସଂଗଠନର ଆୟୋଜନରେ ରବିବାର ତାରିଖ ୧ ଫେବୃଆରୀ ୨୦୨୬ ରେ ସମ୍ବଲପୁର ସ୍ଥିତ ଜିରୋ ପଏଣ୍ଟ ଠାରେ ବାର୍ଷିକ ସମାବେଶ ଉପଲକ୍ଷେ ପ୍ଲାଷ୍ଟିକ୍-ମୁକ୍ତ ପିକନିକ୍ ଓ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମର ମୂଖ୍ୟ ଉଦ୍ଦେଶ୍ୟ ଥିଲା ପରିବେଶ ସୁରକ୍ଷା, ପ୍ଲାଷ୍ଟିକ୍ ବ୍ୟବହାର କମେଇବା ଓ ସ୍ୱଚ୍ଛ ଓ ସୁସ୍ଥ ସମାଜ ଗଠନ ପାଇଁ ସାଧାରଣ ଲୋକଙ୍କୁ ସଚେତନ କରିବା। ଏହି ଅବସରରେ ଲୋକ ସେବା ସଦସ୍ୟମାନେ ପ୍ଲାଷ୍ଟିକ୍ ବିରୋଧୀ ସନ୍ଦେଶ ପ୍ରଚାର କରିଥିଲେ। ଏହି କାର୍ଯ୍ୟକ୍ରମରେ ଲୋକ ସେବା ସଦସ୍ୟମାନେ ଡା. ବିଶ୍ୱ ମୋହନ ଜେନା, ଭାନୁ ପ୍ରତାପ ଦାଶ, ଡା. ସିଦ୍ଧାନ୍ତ ମୋହନ୍ତୀ, ତପସ କୁମାର ପଟେଲ, ଫରହାନ୍ ହାଇଦର, ପ୍ରୀତମ ମହାପାତ୍ର, ହରମନ ସିଂହ ଓ ରାଜେନ୍ଦ୍ର ସାତନାମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏହାସହ ଲୋକ ସେବା ସମ୍ବଲପୁରର ସକ୍ରିୟ ସଦସ୍ୟ ମସୁଦ ଆଲମ, ଏସ୍.କେ. ଫଇଜାନ, ବିଶ୍ୱଜିତ୍ ମୋହନ୍ତୀ, ଗୋପରଞ୍ଜନ କୁମ୍ଭାର, ବିକାଶ ରାଣା, ସାହିଲ ଦାସ, ନୂରାନୀ ଗୁଲଜାର, ଅପରାଜିତା ବଞ୍ଛୋର ଓ ସୋନୁ ସିଂହ ସମେତ ଅନ୍ୟାନ୍ୟ ସଦସ୍ୟମାନେ ପ୍ଲାଷ୍ଟିକ୍-ମୁକ୍ତ ପିକନିକ୍ରେ ଭାଗ ନେଇ ପରିବେଶ ସୁରକ୍ଷା ପାଇଁ ସଙ୍କଳ୍ପ ନେଇଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାମୂହିକତା, ସାମାଜିକ ଦାୟିତ୍ୱ ଓ ପରିବେଶ ପ୍ରତି ସଚେତନତାର ସନ୍ଦେଶ ସଫଳତାର ସହିତ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରସାରିତ ହୋଇଥିଲା। ଏହି ପ୍ଲାଷ୍ଟିକ୍-ମୁକ୍ତ ପିକନିକ୍ ଓ ସଚେତନତା କାର୍ଯ୍ୟକ୍ରମକୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ବ୍ୟାପକ ପ୍ରଶଂସା ମିଳିଛି।
ଲୋକ ସେବା ସମ୍ବଲପୁର ପକ୍ଷରୁ ପ୍ଲାଷ୍ଟିକ୍-ମୁକ୍ତ ପିକନିକ୍ ଓ ସଚେତନତା କାର୍ଯ୍ୟକ୍ରମ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

