କଟକ: ପାଲା ଓଡ଼ିଶାର ଏକ ଲୋକପ୍ରିୟ ଲୋକକଳା । ଏହା ଓଡ଼ିଆ ସଂସ୍କୃତିର ସଂବାହକ ଓ ଅସ୍ମିତାର ଉଦଘୋଷକ । ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଗୁରୁବାର ସଂଧ୍ୟାରେ ଶ୍ରୀରାମଚନ୍ଦ୍ର ଭବନରେ ଅନୁଷ୍ଠିତ ପାଲା ମହୋତ୍ସବର ଉଦଯାପନୀ ଉତ୍ସବରେ ଅତିଥିମାନେ ଏହିପରି କହିଛନ୍ତି । ଅନୁଷ୍ଠାନର କାର୍ଯ୍ୟନିର୍ବାହିକା ସମିତି ସଭ୍ୟା ଡକ୍ଟର ଗାୟତ୍ରୀ ଦେବୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ବିଶିଷ୍ଟ ଆଇନଜୀବୀ ସୁରେନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଓ କଟକ ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ବରେଣ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଅବସରରେ ବିଶିଷ୍ଟ ପାଲାଗାୟକ ପର୍ଶୁରାମ ପଣ୍ଡାଙ୍କୁ ‘ଉତ୍କଳ ଗାୟକ ଗୌରବ ସମ୍ମାନ’ ଓ ବିଶିଷ୍ଟ ପାଲାଗାୟିକା ଶ୍ରୀମତୀ ସ୍ୱାଇଁଙ୍କୁ ‘ଶାରଦା ଦେବୀ ନାୟକ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା । ଏଥିସହିତ ମୃଦଙ୍ଗ ବାଦକ ଅନୀଲ କୁମାର ପାଗଳ, ସଂଗୀତ ଶିଳ୍ପୀ ଗୀତାଞ୍ଜଳି ମହାପାତ୍ର, ଦୁର୍ଯ୍ୟୋଧନ ମହାରଣା, କରୁଣାକର ପ୍ରଧାନ ଓ ରଞ୍ଜନ କୁମାର ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପାଲା ଆୟୋଜନରେ ବିଶେଷ ସହଯୋଗ କରୁଥିବା ବର୍ଷୀୟାନ୍ ପାଲାଗାୟକ ସୁରେନ୍ଦ୍ର ନାଥ ଛୋଟରାୟଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ପରେପରେ ଗାୟିକା ଶ୍ରୀମତୀ ସ୍ୱାଇଁ ଓ ସାଥୀମାନେ ‘ନଳ-ଦମୟନ୍ତୀ’ ବିଷୟକ ପାଲା ପରିବେଷଣ କରିଥିଲେ । ସାଧାରଣ ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀ ଅତିଥି ପରିଚୟ ଦେଇଥିଲା ବେଳେ କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ମଞ୍ଚ ଆମନ୍ତ୍ରଣ କରିଥିଲେ ଓ କାର୍ଯ୍ୟନିର୍ବାହୀ ସଦସ୍ୟା ଡ଼କ୍ଟର ବୈଜୟନ୍ତୀ ମାଳା ଶତପଥୀ ମାନପତ୍ର ପାଠ କରିଥିଲେ !ଏଥିରେ ସଂଗଠନ ସଂପାଦକ ଶଶିକାନ୍ତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ପାଲା ଉତ୍ସବରେ ଡ଼କ୍ଟର ନଳିନୀ ନାୟକ ଓ ସୌଦାମିନୀ ନାୟକ ଉପସ୍ଥିତ ଥିଲେ।
'ପାଲା ଓଡ଼ିଆ ସଂସ୍କୃତିର ସଂବାହକ ଓ ଅସ୍ମିତାର ଉଦଘୋଷକ'
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

