ରୋହତକ: ସ୍ଥାନୀୟ ମହର୍ଷି ଦୟାନନ୍ଦ ବିଶ୍ଵବିଦ୍ୟାଳୟ ପରିସରରେ ୨ ରୁ ୬ ଫେବୃଆରୀ, ୨୦୨୬ ରେ ଅନୁଷ୍ଠିତ ହୋଇଥିବା ସ୍ଵତନ୍ତ୍ର ଅଲିମ୍ପିକ୍ ର ଦୌଡକୁଦ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ର ଉଭୟ ମହିଳା ଓ ପୁରୁଷ ଦଳ ମୋଟ ୩୪ ଟି ପଦକ କରାୟତ କରି ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ମୋଟ ୨୭ ଟି ରାଜ୍ୟ ରୁ ୬୦୦ ଖେଳାଳି ଅଂଶଗ୍ରହଣ କରିଥିଲେ। ମହିଳା ଓଡ଼ିଶା ଦଳ ର ବିଭିନ୍ନ ବର୍ଗ ର ସଫଳ କ୍ରୀଡାବିତ୍ ଓ ପଦକ ତାଲିକା ଏହିପରି: ହର୍ଷିତା ପ୍ରିୟଦର୍ଶିନୀ ତ୍ରିପାଠି, ୫୦ ମିଟର ଦୌଡ଼ - କାଂସ୍ୟ ପଦକ ଓ ୧୦୦ ମିଟର ଦୌଡ଼ - କାଂସ୍ୟ ପଦକ; ସୁଶ୍ରୀ ସଂଗୀତା ନାଏକ, ୫୦ ମିଟର ଦୌଡ଼ - ରୌପ୍ୟ ପଦକ ଓ ୧୦୦ ମିଟର ଦୌଡ଼ - କାଂସ୍ୟ ପଦକ; ସତ୍ୟଭାମା ସାହୁ, ୫୦ ମିଟର ଦୌଡ଼ - ରୌପ୍ୟ ପଦକ ଓ ୧୦୦ ମିଟର ଦୌଡ଼ - ରୌପ୍ୟ ପଦକ; ଲିଲିମା ଭୁଏ, ୧୦୦ ମିଟର ଦୌଡ଼ - ରୌପ୍ୟ ପଦକ; ଦୀପିକା କୁମ୍ଭାର, ୫୦ ମିଟର ଦୌଡ଼ - ରୌପ୍ୟ ପଦକ ଓ ୧୦୦ ମିଟର ଦୌଡ଼ - ରୌପ୍ୟ ପଦକ; ଗୀତାଞ୍ଜଳି ସିଂହ, ୫୦ ମିଟର ଦୌଡ଼ - ସ୍ୱର୍ଣ୍ଣ ପଦକ ଓ ୧୦୦ ମିଟର ଦୌଡ଼ - ୫ମ ସ୍ଥାନ; ସଗୁପ୍ତା ସାହିନ୍, ୨୦୦ ମିଟର ଦୌଡ଼ - ସ୍ୱର୍ଣ୍ଣ ପଦକ ଓ ଲମ୍ବା ଜମ୍ପ - ସ୍ୱର୍ଣ୍ଣ ପଦକ ଓ ରିଲେ ଦୌଡ଼ - ସ୍ୱର୍ଣ୍ଣ ପଦକ; ଜସ୍ମିତା ମାରାଣ୍ଡି, ରିଲେ ଦୌଡ଼ - ସ୍ୱର୍ଣ୍ଣ ପଦକ; ସୀମା ପଟେଲ, ରିଲେ ଦୌଡ଼ - ସ୍ୱର୍ଣ୍ଣ ପଦକ ଓ ୪୦୦ ମିଟର ଦୌଡ଼ – ରୌପ୍ୟ ପଦକ; ସୀମା ନାୟକ, ରିଲେ ଦୌଡ଼ – ସ୍ୱର୍ଣ୍ଣ ପଦକ ଓ ସଟ୍ ପୁଟ୍ – ରୌପ୍ୟ ପଦକ। ମହିଳା ଦଳଗତ ପଦକ ସାରାଂଶ, ସ୍ୱର୍ଣ୍ଣ – ୭ | ରୌପ୍ୟ – ୮ | କାଂସ୍ୟ – ୩ । ମୋଟ ପଦକ: ୧୮ । ପୁରୁଷ ଓଡ଼ିଶା ଦଳ କ୍ରୀଡାବିତ୍ ଓ ପଦକ ତାଲିକା ଏହିପରି: ଭୀମସେନ ରାଣା, ଲମ୍ବଡିଆଁ – ସ୍ୱର୍ଣ୍ଣ ପଦକ ଓ ୨00 ମିଟର ଦୌଡ଼ – ରୌପ୍ୟ ପଦକ; ସୁଭେନ୍ଦୁ ବୈଗା, ଦୌଡ଼ ଲମ୍ବା ଡିଆଁ – ସ୍ୱର୍ଣ୍ଣ ପଦକ ଓ ରିଲେ ଦୌଡ଼ – କାଂସ୍ୟ ପଦକ; ହୃଦାନନ୍ଦ ନାଗ, ସଟ୍ ପୁଟ୍ – ସ୍ୱର୍ଣ୍ଣ ପଦକ ଓ ରିଲେ ଦୌଡ଼ – କାଂସ୍ୟ ପଦକ; ସତ୍ୟବ୍ରତ ଦାଶ, ଦୌଡ଼ ଲମ୍ବଡିଆଁ – ସ୍ୱର୍ଣ୍ଣ ପଦକ ଓ ରିଲେ ଦୌଡ଼ – କାଂସ୍ୟ ପଦକ; ବିମଳ ନାୟକ, ସଟ୍ ପୁଟ୍ – ସ୍ୱର୍ଣ୍ଣ ପଦକ ଓ ୨00 ମିଟର ଦୌଡ଼ – କାଂସ୍ୟ ପଦକ; ଅମନ୍ ପଟେଲ, ଦୌଡ଼ ଲମ୍ବଡିଆଁ – କାଂସ୍ୟ ପଦକ; ବାଦଲ ବନଛୁର ୨00 ମିଟର ଦୌଡ଼ – ରୌପ୍ୟ ପଦକ ଓ ୪00 ମିଟର ଦୌଡ଼ – କାଂସ୍ୟ ପଦକ; ଲବ ବେହେରା, ୪00 ମିଟର ଦୌଡ଼ – ସ୍ୱର୍ଣ୍ଣ ପଦକ ଓ ୨00 ମିଟର ଦୌଡ଼ – ରୌପ୍ୟ ପଦକ । ପୁରୁଷ ଦଳଗତ ପଦକ ସାରାଂଶ, ସ୍ୱର୍ଣ୍ଣ – ୬ | ରୌପ୍ୟ – ୩ | କାଂସ୍ୟ – ୭ । ମୋଟ ପଦକ: ୧୬ ସାମଗ୍ରିକ ସ୍ୱତନ୍ତ୍ର ଅଲିମ୍ପିକ୍ସ ଭାରତ ଓଡ଼ିଶାର ପ୍ରଦର୍ଶନ – ଆଥଲେଟିକ୍ସ ରେ ସ୍ୱର୍ଣ୍ଣ ପଦକ: ୧୩, ରୌପ୍ୟ ପଦକ: ୧୧ ଓ କାଂସ୍ୟ ପଦକ: ୧୦ । ମୋଟ ପଦକ: ୩୪ । ସ୍ଵତନ୍ତ୍ର ଅଲିମ୍ପିକ୍ ଓଡ଼ିଶା ର କ୍ରୀଡ଼ା ନିର୍ଦେଶକ ସସ୍ମିତା ମହାପାତ୍ର ଓଡ଼ିଶା ଦଳର ନେତୃତ୍ୱ ନେଇଥିଲେ । ଏହି ସଫଳତା ନିମନ୍ତେ ଓଡ଼ିଶା ସରକାର ଙ୍କ କ୍ରୀଡ଼ା ବିଭାଗ ସଚିବ ସଚିନ ରାମଚନ୍ଦ୍ର ଯାଦବ ଓ ନିର୍ଦେଶକ ୱାୟୀ ବିଜୟ ଖେଳାଳି, ପ୍ରଶିକ୍ଷକ ଓ ସଂଗଠନ କୁ ଅଭିନନ୍ଦନ ଜଣାଇଥିଲେ। ସ୍ଵତନ୍ତ୍ର ଅଲିମ୍ପିକ୍ ଓଡ଼ିଶା ର ଅଧ୍ୟକ୍ଷା ସୁନୀତା ମୁଣ୍ଡ୍, କ୍ଷେତ୍ର ନିର୍ଦେଶକ ପ୍ରକାଶ ରଥ, ଉପାଧ୍ୟକ୍ଷ ଉମାକାନ୍ତ ଷଡ଼ଙ୍ଗୀ, ରାଜ୍ୟ ସଂଯୋଜକ ଅର୍ପିତା ମହାପାତ୍ର, କୋଷାଧ୍ୟକ୍ଷ ସୁରେଶ ଖୁଣ୍ଟିଆ, ମନସ୍ତତ୍ଵବିତ୍ ମନତୋସ ବେହେରା ପ୍ରମୁଖ ସମସ୍ତଙ୍କୁ ଅଭିନନ୍ଦନ ଓ ଭବିଷ୍ୟତ ନିମନ୍ତେ ଶୁଭେଚ୍ଛା ଜଣ।ଇଛନ୍ତି। କ୍ରୀଡ଼ା ବିଭାଗର ସହାୟତା ନିମନ୍ତେ ପ୍ରକାଶ ରଥ କୃତଜ୍ଞତା ଜଣାଇଛନ୍ତି। ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରେ ଓଡ଼ିଶା ଦଳକୁ ସଂଗଠନ ର ସଦସ୍ୟ ମାନେ ଓ କ୍ରୀଡ଼ା ବିଭାଗ ତରଫରୁ ଜି.ଏମ. ବିଜୟ ରାଉତ ପ୍ରମୁଖ ପୁଷ୍ପ ମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଆଥଲେଟିକ୍ସ ଜାତୀୟ ଚାମ୍ପିଅନସିପ୍ ରେ ଓଡ଼ିଶା ର ଅଭୂତପୂର୍ବ ସଫଳତା
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

