ଭୁବନେଶ୍ୱର: ଭୁବନେଶ୍ବର ଶହୀଦ ନଗର ସ୍ଥିତ ଇମ୍ଫା ପାର୍କଠାରେ ମାନସିକ ଅନଗ୍ରସର ପିଲାମାନଙ୍କ ଅଭିଭାବକ ସଂଘ ଓ ତୁଷ୍ଟି ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ବାର୍ଷିକ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି । ବୌଦ୍ଧିକ ଭିନ୍ନକ୍ଷମ ପିଲାମାନଙ୍କ ଉନ୍ନତି ଓ ଦକ୍ଷତା ବିକାଶ ପାଇଁ ଅଭିଭାବକ ସଂଘ ବିଭିନ୍ନ ସମୟରେ ଅନେକ ପ୍ରକାରର କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି । ଆଜି ଏହି ଖେଳ ପ୍ରତିଯୋଗିତାରେ ବାସ୍କେଟବଲ୍, ବ୍ୟାଡମିଣ୍ଟନ, ବକେଟ ବଲ୍,ସଟ୍ ଫୁଟ୍,ମ୍ୟୁଜିକ ଚେୟାର,ଦୌଡ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ତୁଷ୍ଟି ଫାଉଣ୍ଡେସନ ଟ୍ରଷ୍ଟର ସଞ୍ଚାଳିକା ଶ୍ରୀମତୀ ତୃପ୍ତି ଦାସ ମୂଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ କ୍ରୀଡାବିତ ମାନଙ୍କୁ କିଛି ଧନରାଶି ସହ ମାନପତ୍ର ପ୍ରଦାନ କରିଥିଲେ। କୃତି କ୍ରୀଡାବିତମାନଙ୍କ ମଧ୍ୟରେ ସବ୍ୟସାଚୀ ସାମଲ,ରିତ୍ବିକ ପଟ୍ଟନାୟକ, ଅମିତ ବିକ୍ରମ୍,ସତ୍ଯମଶ୍ରୀ ଲାଲ୍,ଶାୟେସା,ସାଇ ସ୍ବସ୍ତିକ, ସକ୍ଷମ ମହାନ୍ତି,ଅସିମା ଐଶ୍ୱର୍ଯ୍ୟା ସେମାନେ ତାଙ୍କ ଦକ୍ଷତା ପ୍ରଦର୍ଶନ କରି ପୁରସ୍କୃତ ହୋଇଥିଲେ। ଶ୍ରୀଯୁକ୍ତ ବିବେକାନନ୍ଦ ମହାନ୍ତି (ଜାତୀୟ ପ୍ରଶିକ୍ଷକ ) ଏହି ଶିବିରରେ ଯୋଗଦେଇ ପିଲାମାନଙ୍କର ଦକ୍ଷତା ନିରୁପଣ କରିଥିଲେ। ତାଙ୍କୁ ସହଯୋଗ କରିଥିଲେ ୟୁଥ୍ ଲିଡର୍ ଶ୍ରେଷ୍ଠା ପତି ଏବଂ ହର୍ଷିତ ପ୍ରିୟମ୍ । ଉଲ୍ଲେଖଯୋଗ୍ୟ ଯେ ଏହି ଶିବିରକୁ ଅଭିଭାବକ ସଂଘର ଉପସଭାପତି ଶ୍ରୀଯୁକ୍ତ ସତ୍ୟନାରାୟଣ ପରିଡ଼ା, ସମ୍ପାଦିକା ଶୁଭାଗିନୀ ସାହୁ, ସହ ସମ୍ପାଦିକା ଭାରତୀ ପରିଡ଼ା, ଶ୍ରୀମତୀ ପ୍ରଭାତୀ ଦାସ, ଶ୍ରୀଯୁକ୍ତ ଗୌରହରି ସାହୁ, ଶ୍ରୀଯୁକ୍ତ ଗୌରିକାନ୍ତ ପଟ୍ଟନାୟକ, ପ୍ରଶାନ୍ତିନୀ ଦାସ, ଲିସା ରାଣୀ ସାମଲ୍ ପ୍ରମୁଖ ପରିଚାଳନା କରିଥିଲେ।
ମାନସିକ ଅନଗ୍ରସର ପିଲାମାନଙ୍କ ଅଭିଭାବକ ସଂଘ ଓ ତୁଷ୍ଟି ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ବାର୍ଷିକ ଖେଳ ପ୍ରତିଯୋଗିତା ଅନୁଷ୍ଠିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

