୨୩ଟି ଶିଳ୍ପ ବିନିଯୋଗକୁ ଅନୁମୋଦନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ୨୩ଟି ଶିଳ୍ପ ବିନିଯୋଗ ପ୍ରସ୍ତାବକୁ ମିଳିଲା ଅନୁମୋଦନ। ୧୪୪ତମ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ଅନୁମୋଦନ ମିଳିଥିବା ପ୍ରସ୍ତାବ ଗୁଡ଼ିକର ମୋଟ ବିନିଯୋଗ ପରିମାଣ ୪,୧୧୧.୮୦ କୋଟି ଟଙ୍କା। ଏହା ଦ୍ୱାରା ୯,୯୨୪ଟି ନିଯୁକ୍ତି ଚାକିରି ସୃଷ୍ଟି ହେବ। ଏହି ପ୍ରକଳ୍ପଗୁଡ଼ିକ ୧୧ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ। ବାଲେଶ୍ୱର, ଭଦ୍ରକ, କଟକ, ଦେବଗଡ଼, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, କୋରାପୁଟ, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼ରେ କାର୍ଯ୍ୟକାରୀ ହେବ। ଶିଳ୍ପ ପରିବେଶକୁ ସମୃଦ୍ଧ ଓ ଶିଳ୍ପ ବିକାଶକୁ ତ୍ୱରାନ୍ୱିତ କରିବ।

powered by social2s