ଟିନି ଟଟସ ମଣ୍ଟେଶ୍ୱରୀ ସ୍କୁଲର ବାର୍ଷିକ ଉତ୍ସବରେ ସମ୍ମାନୀତ ହେଲେ "ମୋ ପରିବାର" ପ୍ରତିଷ୍ଠାତା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଜଟଣୀ:(ଶୁଭେନ୍ଦ୍ର ଶତପଥୀ) ଜଟଣୀ କୁଦିଆରୀ ବଜାର ସ୍ଥିତ ଟିନି ଟଟସ ମଣ୍ଟେଶ୍ୱରୀ ସ୍କୁଲର ୧୦ମ ବାର୍ଷିକ ଉତ୍ସବ ରେଲୱେ ଇନଷ୍ଟିଚ୍ୟୁଟ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରରେ ମୁଖ୍ୟଅତିଥି ଭାବେ ଉତ୍କଳ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟର ଆଣ୍ଡ ଟେ୍କ୍ନୋଲୋଜି ର ପ୍ରତିଷ୍ଠାତା ତଥା ଚେୟାରମେନ ପ୍ରତାପ ଚନ୍ଦ୍ର ସାମନ୍ତରାୟ, କୋହେନ୍ ଇଣ୍ଟରନେସନାଲ୍ ସ୍କୁଲ ର ଭାଇସ ଚେୟାରମେନ ବିକାଶ ବାହିନୀପତି,ସମ୍ପାଦକ ଜନ୍ମେଜୟ ମଣ୍ଡଳ,ଏଚେ ଆଇ ଆର୍ ଡି ର ରାଜ୍ୟ ସଭାପତି ତଥା ଆସ୍ତା ଷ୍ଟଡି ସେଣ୍ଟର୍ ର ପ୍ରତିଷ୍ଠାତା ଭାବନା ମିଶ୍ର, ଗୌରୀ ସାଂସ୍କୃତିକ ପାଠଶାଳା ପ୍ରତିଷ୍ଠାତା ତଥା ଗୁରୁମା ଶ୍ରୀମା ଜଗଦେବ,ବରିଷ୍ଠ ଆଇନଜୀବୀ ତଥା ସ୍କୁଲରଲିଗାଲ ଆଡଭିଶୋର୍ ଅକ୍ଷ୍ୟାଂଶୁ ଶେଖର ନାୟକ,ବାର୍ ଆସୋସିଏସନ୍ ର ପୂର୍ବତନ ସଭାପତି ଶରତ ଚନ୍ଦ୍ର ପାଇକରାୟ,ବରିଷ୍ଠ ସମାଜ ସେବୀ ବୃନ୍ଦାବନ ସୁବୁଦ୍ଧି,ସ୍କୁଲର ପ୍ରିନସିପଲ୍ ତାହେରା ବେଗମ ରାଜ଼ା ୱେଲ୍ଫାରେ ଟ୍ରଷ୍ଟର ଚେୟାରମେନ ମହମ୍ମଦ ପରୱାଜ଼ ହାଇଦର ଅତିଥି ଭାବେ ଯୋଗ ଦେଇଥିଲି l ଏହି ଅବସରରେ ୫୦ ଜଣ କୁନି କୁନି ପିଲାଙ୍କୁ ପୁରସ୍କୃତ ଓ ମାନପତ୍ର ପ୍ରଦାନ କରାଯାଇଥିଲା l ଏହି ଅବସରରେ ଆର୍ ଏନ୍ ସି(ରାଜା ନିଉଜ୍ ଚ୍ୟାନେଲ)ର ଶୁଭାରମ୍ଭ କରାଯାଇଥିଲା ଏବଂ ରାଜା଼ ୱେଲଫାରେ ଟ୍ରଷ୍ଟ ତରଫରୁ ୨୫ ଜଣ ବରିଷ୍ଠ ସମାଜସେବୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ"ମୋ ପରିବାର"ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ଙ୍କୁ"ମଦର ଟେରେସା ସେବା ସମ୍ମାନ"ରେ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଶୁଭଲକ୍ଷ୍ମି ସାମନ୍ତ, ସ୍ୱାଗତିକା ସାହୁ, ପ୍ରୀୟଲିଶା ମହାନ୍ତି,ମହମ୍ମଦ ୱାଇସ ରାଜା଼,ଅର୍ଷି ରାଜା଼ ଓ ବରିଷ୍ଠ ସମାଜସେବୀ ହବିବୁର ରହେମନ୍ ପରିଚାଳନା କରିଥିବାବେଳେ କିଛି ମିଡିଆର ଭାଇ ମାନଙ୍କୁ ସମ୍ମାନିତ କରାଯାଇଥିଲା lସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

powered by social2s