ସମ୍ବଲପୁର: ସମ୍ବଲପୁରରେ ମେରା ଯୁବା ଭାରତ ସମ୍ବଲପୁର ପକ୍ଷରୁ ଏବଂ ଓଡ଼ିଶା ମେଡିକାଲ କଲେଜ ଅଫ ହୋମିଓପଥି ଏଣ୍ଡ ରିସର୍ଚ୍ଚ, ସମ୍ବଲପୁରର ଏନଏସଏସ ସହଯୋଗୀ ଏକକର ସହଯୋଗରେ ‘ମାୟ ଭାରତ ବଜେଟ କ୍ୱେଷ୍ଟ–୨୦୨୬’ ସଚେତନତାମୂଳକ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହାର ମୂଳ ଉଦ୍ଦେଶ୍ୟ ଯୁବପିଢ଼ିଙ୍କୁ କେନ୍ଦ୍ରୀୟ ବଜେଟ–୨୦୨୬ ସମ୍ପର୍କରେ ସଚେତନ କରିବା ସହ ଦେଶର ଆର୍ଥିକ ଉନ୍ନତି ପ୍ରତି ସକ୍ରିୟ ଭାଗୀଦାର କରିବା ଥିଲା। କାର୍ଯ୍ୟକ୍ରମରେ ମାୟ ଭାରତ ସମ୍ବଲପୁରର ପ୍ରୋଗ୍ରାମ ଆସିଷ୍ଟାଣ୍ଟ ପ୍ରୟାସ କୁମାର ସାରାପ, ମାସୁଦ ଆଲମ, ସାହିଲ ଦାସ, ରିଙ୍କୁ ମହାକୁର ଓ କିରଣ ପ୍ରଧାନ ସକ୍ରିୟ ଭୂମିକା ନିଭାଇଥିଲେ। ଓଡ଼ିଶା ମେଡିକାଲ କଲେଜ ଅଫ ହୋମିଓପଥି ଏଣ୍ଡ ରିସର୍ଚ୍ଚ, ସମ୍ବଲପୁରର ପ୍ରଧାନାଚାର୍ଯ୍ୟ ଡାକ୍ତର ଦୀପ୍ତିକାନ୍ତ ସିଂହ ଓ ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ଡାକ୍ତର ମହେନ୍ଦ୍ର ନୀଳକଣ୍ଠ ଧରୁଆ କାର୍ଯ୍ୟକ୍ରମକୁ ଉତ୍ସାହିତ କରି ଯୁବମାନଙ୍କୁ ଜାତୀୟ ବିକାଶରେ ସଚେତନ ଭାଗୀଦାର ହେବାକୁ ଆହ୍ୱାନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମଟିକୁ ତିନିଟି ପର୍ଯ୍ୟାୟରେ ରୂପାୟଣ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୩ ରୁ ୧୭ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ‘ମାୟ ଭାରତ’ ଅନଲାଇନ ମଞ୍ଚରେ କୁଇଜ୍ ଆୟୋଜିତ ହୋଇଥିଲା, ଯାହା ମାଧ୍ୟମରେ ଯୁବମାନେ ବଜେଟ ସମ୍ପର୍କିତ ଜ୍ଞାନ ପରୀକ୍ଷା କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ୧୭ ଫେବୃଆରୀରୁ ୧୦ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ନିବନ୍ଧ ପ୍ରତିଯୋଗିତା ହୋଇଥିଲା। କୁଇଜ୍ରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପ୍ରତିଭାଗୀମାନେ ବଜେଟ ସମ୍ପର୍କିତ ୮ଟି ବିଷୟରେ ନିବନ୍ଧ ଲେଖି ନିଜ ମତାମତ ପ୍ରକାଶ କରିଥିଲେ। ତୃତୀୟ ପର୍ଯ୍ୟାୟରେ ୧୨ ମାର୍ଚ୍ଚ ୨୦୨୬ ଠାରୁ ବିଜୟୀ ପ୍ରତିଭାଗୀମାନେ ପ୍ରଧାନମନ୍ତ୍ରୀଙ୍କ ସହ ଭର୍ଚୁଆଲ ସଂବାଦରେ ଅଂଶଗ୍ରହଣ କରି ବଜେଟ–୨୦୨୬ ଉପରେ ନିଜ ମତ ଓ ପ୍୍ରସ୍ତାବ ରଖିଥିଲେ। ଯୁବମାନଙ୍କର ବିପୁଳ ସହଭାଗୀତା ସହ ‘ମାୟ ଭାରତ ବଜେଟ କ୍ୱେଷ୍ଟ–୨୦୨୬’ ସମ୍ବଲପୁରରେ ଏକ ସଫଳ ଓ ପ୍ରେରଣାଦାୟକ ପଦକ୍ଷେପ ରୂପେ ପରିଚିତ ହୋଇଛି।
ସମ୍ବଲପୁରରେ 'ମାୟ ଭାରତ ବଜେଟ କ୍ୱେଷ୍ଟ–୨୦୨୬' ଅୟୋଜିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

