ଭୁବନେଶ୍ବର: ଆଜି ଟ୍ରେଡ୍ ୟୁନିଅନର ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ କରାଯାଉଛି । ଓଡ଼ିଶାର ଅନେକ ସ୍ଥାନରେ ବଜାର, ଯାନବାହନ, ସ୍କୁଲ, କଲେଜ ବନ୍ଦ ରହିଛି। କେତେକ ଘରୋଇ ସ୍କୁଲରେ ସ୍ଥଗିତ ରହିଲା ପରୀକ୍ଷା। ଭୁବନେଶ୍ବରରେ ବନ୍ଦ ରହିଛି ପେଟ୍ରୋଲ ପମ୍ପ, ଦୋକାନ ବଜାର ଓ ଆମ ବସ୍ ସେବା। ସକାଳୁ ମାଷ୍ଟର କ୍ୟାଣ୍ଟିନ୍ ଛକରେ ବସ୍ ଓ ଅନ୍ୟ ଗାଡ଼ି ଅଟକ ରଖିଥିଲେ ବନ୍ଦ ସମର୍ଥକ। କଟକ ନେତାଜୀ ବସ୍ ଟର୍ମିନାଲକୁ ଆସୁଥିବା ବସ୍ ସଂଖ୍ୟା କମ୍ ରହିଛି। ଭଦ୍ରକ ବନ୍ତ ଛକରେ ଜାତୀୟ ରାଜପଥ ୧୬ ଅବରୋଧ କରାଯାଇଛି । ବାଲେଶ୍ଵର ଷ୍ଟେସନ୍ ରେ ରେଳ ରୋକ କରାଯାଇଛି। ବନ୍ଦକୁ କଂଗ୍ରେସ, ବାମଦଳ, ବିଜେଡି ସମର୍ଥନ ଜଣାଇଛନ୍ତି।
powered by social2s

