ଆଜି ପ୍ରଭୁ ଲିଙ୍ଗରାଜଙ୍କ ଜାଗରଯାତ୍ରା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଆଜି ପବିତ୍ର ମହାଶିବରାତ୍ରି। ଚଳଚଞ୍ଚଳ ହୋଇଛି ଓଡ଼ିଶାର ବିଭିନ୍ନ ଶୈବପୀଠ। ସକାଳୁ ବିଭିନ୍ନ ଶିବ ମନ୍ଦିରରେ ଭକ୍ତଙ୍କ ଗହଳି ଆରମ୍ଭ ହୋଇଯାଇଛି। ଶ୍ରୀ ଲିଙ୍ଗରାଜଙ୍କ ଠାରୁ ପୁରୀ ଲୋକନାଥ, ଧବଳେଶ୍ବରରୁ କପିଳାସ, ସବୁଠି ଉଠିବ ମହାଦୀପ। ପୋଲିସ୍ ସୁରକ୍ଷା ବଳୟରେ ରହିଛି ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ। ଲିଙ୍ଗରାଜଙ୍କ ପୀଠରେ ୪୪ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଟ୍ରାଫିକ୍ ପରିଚାଳନା ଉପରେ ଗୁରୁତ୍ଵ ଦିଆଯାଇଛି। ଶୃଙ୍ଖଳିତ ଟ୍ରାଫିକ୍ ପରିଚାଳନା ଲାଗି କଡ଼ା କଟକଣା ଜାରି କରାଯାଇଛି। ଗାଡ଼ି ରଖିବା ଲାଗି ମୋଟ୍ ୧୨ଟି ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି।

powered by social2s