ଭୁବନେଶ୍ବର: ରାଜ୍ୟ ଜାତୀୟ ସେବା ଯୋଜନା ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏକ ରକ୍ତଦାନ ସଚେତନତା ଶିବିର ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟର ଅଧ୍ୟକ୍ଷା ଡ଼ ସବିତା ମିଶ୍ର ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଏବଂ ଯୋଗଦାନ କରିଥିବା କଟକ ଜିଲ୍ଲାର ବାଇଶି ଗୋଟି ବିଦ୍ୟାଳୟର ଦୁଇ ଶହରୁ ଅଧିକ ସ୍ଵେଚ୍ଛାସେବୀମାନଙ୍କୁ ସ୍ଵାଗତ କରିଥିଲେ। ସଭାରେ ମୁଖ୍ୟ ଅତିଥି ଭାବେ ରେଡ୍ କ୍ରସର ନିର୍ଦ୍ଦେଶକ ଡ ଚନ୍ଦ୍ରିକା ପ୍ରସାଦ ଦାସ ଓ ଜାତୀୟ ସେବା ଯୋଜନା ସଂଯୋଜକ ଡ ବିଶ୍ଵମୋହନ ଜେନା ଯୋଗଦାନ କରିଥିଲେ। କଟକ ଜିଲ୍ଲା ଏ. ଡି. ଏନ.ଓ ମହେନ୍ଦ୍ର କୁମାର ମହାପାତ୍ର ଏବଂ ମାର୍ଗଦର୍ଶକ ଶ୍ରୀ ରବିନ ସୋରେନ୍ ସମ୍ମାନିତ ଅତିଥି ଭାବେ ମଞ୍ଚ ଗ୍ରହଣ କରିଥିଲେ। ବିଶେଷଜ୍ଞ ହର ପ୍ରସାଦ ମହାପାତ୍ର ଏବଂ ଡ ପ୍ରଶାନ୍ତ କୁମାର ଦାସ ରକ୍ତଦାନ ସମ୍ପର୍କିତ ଆବଶ୍ୟକ ସୂଚନା ପ୍ରଦାନ କରିବା ସହିତ ଯୁବ ସ୍ବେଚ୍ଛାସେବୀମାନଙ୍କର ପ୍ରଶ୍ନର ଉତ୍ତର ରଖିଥିଲେ। କୁଇଜ୍ ମାଷ୍ଟର ପ୍ରଶମିତ କାନୁନଗୋ ରକ୍ତଦାନର ଆବଶ୍ୟକତା ସମ୍ଵନ୍ଧରେ ବିଶେଷ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ଏନ.ଏସ.ଏସ. ଅଧିକାରୀ ଶିବ ପ୍ରସାଦ ମିଶ୍ର, ବନ୍ଦିତା ପଣ୍ଡା, ରାମ ସିଦ୍ଧାର୍ଥ ଗିରି, ଚିରଞ୍ଜିବୀ ମହାପାତ୍ର, ରାକେଶ ମହାନ୍ତ, ସୌଭାଗ୍ୟ ମହାନ୍ତ ଏବଂ ସ୍ବେଛାସେବୀ ଛାତ୍ର ଛାତ୍ରୀ ମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ରାଜ୍ୟ ଜାତୀୟ ସେବା ଯୋଜନା ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରକ୍ତଦାନ ସଚେତନତା ଶିବିର ଆୟୋଜିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

