ଓଡିଶାରେ ୧୮ ବର୍ଷରୁ ଉର୍ଦ୍ଧ ବୟସ୍କଙ୍କୁ ଦିଆଯିବ ମାଗଣା କରୋନା ଟିକା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଓଡିଶାରେ ଆସନ୍ତା ମେ ୧ ତାରିଖରୁ ୧୮ ରୁ ୪୪ ବର୍ଷ ବୟସ୍କ ଲୋକଙ୍କୁ ସଂପୂର୍ଣ୍ଣ ମାଗଣାରେ କରୋନା ଟିକା ଦିଆଯିବ। ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଘୋଷଣା କରିଛନ୍ତି। ସାରା ରାଜ୍ୟରେ ୨ କୋଟି ଲୋକଙ୍କୁ ଏହି ଟିକା ଦିଆଯିବ। 

ଏଥିରେ ଦୁଇ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସେ କହିଛନ୍ତି। 

କରୋନାର ଏହି ଯୁଦ୍ଧକାଳୀନ ପରିସ୍ଥିତିରେ ସମସ୍ତଙ୍କୁ କୋଭିଡ ନିୟମ ମାନିବାକୁ ସେ ହାତ ଯୋଡ଼ି ବିନମ୍ର ଅନୁରୋଧ କରିଛନ୍ତି। 

ଅତି ଦରକାର ନଥିଲା ଘରୁ ନବାହାରିବାକୁ ସେ ପରାମର୍ଶ ଦେଇଛନ୍ତି। 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତବର୍ଷ ଠାରୁ ଏବର୍ଷ କରୋନା ପରିସ୍ଥିତି ଭୟଙ୍କର ରହିଛି। 

ସତର୍କ ନରହିଲେ, କିମ୍ବା ନିଜ ଦାୟିତ୍ୱ ନବୁଝିଲେ, ସରକାର ଏକାକୀ କିଛି କରିପାରିବେ ନାହିଁ। 

ତେଣୁ ଲକ୍ ଡାଉନ୍ ପରିସ୍ଥିତି ଯେଭଳି ନ ଉପୁଜେ, ସେଥିପାଇଁ ସମସ୍ତେ ଦାୟିତ୍ୱବାନ ହୋଇ କୋଭିଡ ନିୟମ ପାଳନ କରିବାକୁ ସେ ଓଡିଶା ବାସୀଙ୍କୁ ଅନୁରୋଧ କରିଛନ୍ତି।

 

powered by social2s