ରାଉରକେଲା: ବି ସ୍କୁଲ ଫୋରମ ଏବଂ ରିମ୍ସ ର ମିଳିତ ଆନୁକୂଲ୍ୟରେ ଛେଣ୍ଡ ସ୍ଥିତ ରିମ୍ସ ଏଚଆରଡି ହଲ ଠାରେ ଜାତୀୟ ମେନେଜମେଣ୍ଟ ଦିବସ ପାଳନ ଅବସରରେ 'ଡିଜିଟାଲ ସକ୍ଷମ' ସମ୍ପର୍କିତ ଆଲୋଚନା ଚକ୍ର ଆଜି ଅନୁଷ୍ଠିତ ହୋଇଯାଇଛି l ରିମ୍ସ ର ସେକ୍ରେଟାରୀ ଡ଼. ଆର୍ଯ୍ୟ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ ସହ ଡିଜିଟାଲ ବ୍ୟବସ୍ଥା ର ସୁଯୋଗ ନେବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ l ଏଥିରେ ଏନଆଇଟି ର ଡିନ ପ୍ରଫେସର ରାଜୀବ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ସେ ତାଙ୍କ ଆଲୋଚନା ପ୍ରସଙ୍ଗରେ ଡିଜିଟାଲ ବ୍ୟବସ୍ଥା ର ଉପଯୋଗୀତା ସମ୍ପର୍କ ରେ ଆଲୋକପାତ କରି ଏହାକୁ ଅଧିକ ଲୋକାଭିମୁଖୀ କରିବାକୁ ଆହ୍ୱାନ କରିଥିଲେ l କୃତ୍ରିମ ବୁଦ୍ଧିମତ୍ତା ଉପରେ ସମ୍ପୂର୍ଣ ନିର୍ଭରଶୀଳ ନହୋଇ ନିଜର ସୃଜନଶୀଳତା ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ l ୟୁଥ ମୁଭମେଣ୍ଟ ଫେଡେରେସନ ଅଫ ଇଣ୍ଡିଆ ର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇ ଡିଜିଟାଲ ସକ୍ଷମ ନାରୀ ସଶକ୍ତିକରଣ ପାଇଁ ଏକ ନୂତନ ଯୁଗ ସୃଷ୍ଟିର ଲକ୍ଷ୍ୟ ରହିଥିବା କହିଥିଲେ l ତୃଣମୂଳ ସ୍ତରରେ କିପରି ଏହି ଡିଜିଟାଲ ସାକ୍ଷରତା ବୃଦ୍ଧି କରିହେବ, ସେ ଦିଗରେ ମେନେଜମେଣ୍ଟ ଓ ଅନ୍ୟ ଛାତ୍ର ଛାତ୍ରୀ ତଥା ଯୁବ ବର୍ଗ ଅଭିନଵ କୌଶଳ ଓ ଚିନ୍ତାଧାର ପ୍ରକଟ କରିବାକୁ ଆହ୍ୱାନ କରିଥିଲେ l ପ୍ରାରମ୍ଭରେ ପ୍ର. ଝେଲମ ନାୟକ ସାବିତ୍ରୀ ଚାଁଟିଙ୍ଗ କରିଥିଲେ l କାର୍ଯ୍ୟକ୍ରମ ର ସଂଯୋଜିକା ପ୍ର. ରଂଜିତା ସ୍ୱାଇଁ ଆଲୋଚ୍ୟ ବିଷୟ ବସ୍ତୁର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କ ରେ ଆଲୋଚନା କରିଥିଲେ l ଗବେଷକ ଗୌତମ ମହାନ୍ତି ଏହି ଆଲୋଚନା ଚକ୍ର ଛାତ୍ର ଛାତ୍ରୀ ଙ୍କ ପାଇଁ କିପରି ଉପଯୋଗୀ ସେ ସମ୍ପର୍କ ରେ ଆଲୋଚନା କରିଥିଲେ l ଆଇ.ଏମ.ଏଫ.ଏ ର ବରିଷ୍ଠ ଉପଦେଷ୍ଟା ଟି. ସି. ହୋତା ସମ୍ମାନିତ ବକ୍ତା ଭାବେ ଯୋଗ ଦେଇ ଅନଲାଇନ ମାଧ୍ୟମରେ ତାଙ୍କର ବକ୍ତବ୍ୟ ଉପସ୍ଥାପନା କରିଥିଲେ l ସେହିପରି ଅନ୍ୟତମ ବକ୍ତା ଭାବେ ଆଇଡେଣ୍ଟିଟି ଗ୍ରୁପ ର ଏମ.ଡି ଯଶବନ୍ତ ନାରାୟଣ ସିଂହଲ ବକ୍ତବ୍ୟ ଉପସ୍ଥାପନା କରିଥିଲେ l ମିଶନ ସକ୍ଷମ ର ସଫଳ ରୂପାୟନ ସହ ଛାତ୍ର ଛାତ୍ରୀ ଜୀବନରେ ସଫଳତା ପାଇବା ପାଇଁ ଉଦିଷ୍ଟ ବ୍ୟବସ୍ଥାର ଉପଯୁକ୍ତ ପରିଚାଳନା, ଯୋଗାଯୋଗ ମାଧ୍ୟମ କୁ ବଳିଷ୍ଠ କରିବା ଓ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ l ରିମ୍ସର ଛାତ୍ର ଛାତ୍ରୀ ରସପ୍ରୀତ କୌର, ଜୟ କୁମାର, ସିଦ୍ଧି ସାହା ଓ ଡାଉଦ ପ୍ରମୁଖ ସେମାନଙ୍କ ର ପିପିଟି ଉପସ୍ଥାପନା କରିଥିଲେ l ଅଜିମ ପ୍ରେମଜୀ ଫାଉଣ୍ଡେସନ ର ସଂଯୋଜିକା ରଂଜିତା ମୁଦୁଲି ଅନଲାଇନ ରେ ଉପସ୍ଥିତ ଥିଲେ l ଶେଷରେ ସହ ସଂଯୋଜିକା ସହକାରୀ ପ୍ର. କଳିଙ୍ଗ କନ୍ୟା ପରିଡା ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ପ୍ର. ସନ୍ତୋଷ କୁମାର ବିଶ୍ୱାଳ, ପ୍ର.ସିଦ୍ଧାର୍ଥ ପ୍ରଧାନ, ପ୍ର. ସୁବ୍ରତ ପ୍ରସାଦ ପଟ୍ଟନାୟକ, ପ୍ର. ତ୍ରିଲୋଚନ ଜେନା ଓ ପ୍ର. ଡ଼ ସ୍ଵାତି ରେଖା ମହାନ୍ତି ଙ୍କ ସମେତ ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ କୁ ଛାତ୍ରୀ ଅନୁଷ୍କା ଦାସ ସଂଯୋଜନା କରିଥିଲେ l
ରିମ୍ସ ଓ ବି. ସ୍କୁଲ ଫୋରମ ପକ୍ଷରୁ 'ଡିଜିଟାଲ ସକ୍ଷମ' ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

