ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ସଦର ଥାନା ସମ୍ମୁଖରେ ଟିପର୍-ବୋଲେରୋ ଧକ୍କାରେ ୫ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୩ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଦୁର୍ଘଟଣା ଘଟାଇଥିବା ଟିପର୍ ଜବତ କରି ଡ୍ରାଇଭର୍ କୁ ଅଟକ ରଖିଛି ପୋଲିସ। ଆଜି ଭୋର୍ ସମୟରେ ଏକ ବୋଲେରୋରେ ୮ ଜଣ ପୋଲିସ କର୍ମଚାରୀ କୌଣସି କାମ ସାରି ଫେରୁଥିଲେ। ବିପରୀତ ଦିଗରୁ ଆସୁଥିବା ଚିପ୍ସ୍ ବୋଝେଇ ଟ୍ରକ୍ ବୋଲେରୋକୁ ଧକ୍କା ଦେଇଥିଲା। ମୃତକ ସବ୍ ଇନ୍ସପେକ୍ଟର ନିରଞ୍ଜନ କୁଜୁର, ଏପିଆର କାଶିରାମ ଭୋଇ, ଲିଙ୍ଗରାଜ ଧୁରୁଆ, ଏପିଆର ଦେବଦତ୍ତ ସା ଓ ହୋମଗାର୍ଡ ଭକ୍ତବନ୍ଧୁ ମିର୍ଦ୍ଧା ।
powered by social2s

