ଜଟଣୀ:(ଶୁଭେନ୍ଦ୍ର ଶତପଥୀ)ଜଟଣୀର ଅଗ୍ରଣୀ ସାମାଜିକ ସଂଗଠନ "ମୋ ପରିବାର"ର ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀଙ୍କ ନୀତି ନିୟମ ଓ ସଂସ୍କାର ପାଇଁ ସବୁବେଳେ ନିଆରା କାର୍ଯ୍ୟ ପାଇଁ ପ୍ରଶଂସା ହେବା ସହ ସମ୍ବର୍ଦ୍ଧିତ ହେଉଛି lତୁଳସୀକ୍ଷେତ୍ର କେନ୍ଦ୍ରାପଡା ଜିଲାର ସାମାଜିକ ସଂଗଠନ ଓଡ଼ିଶା ସାଇନ ଫାଉଣ୍ଡେସନର ପ୍ରଥମ ବାର୍ଷିକ ଉତ୍ସବ ବଡ଼ କୋଲହା ରାଜନଗର ସ୍ଥିତ ଭଗବାନ ତିରୁପତି ବାଲାଜୀ ମନ୍ଦିର ପରିସରରେ ଆୟୋଜନ ହୋଇଥିଲା l ଓଡ଼ିଶା ସାଇନ ଫାଉଣ୍ଡେସନ୍ ଟ୍ରଷ୍ଟର ରାଜ୍ୟ ସ୍ତରୀୟ ବାର୍ଷିକ ଉତ୍ସବରେ ଉତ୍କଳମଣି ସେବା ସମ୍ମାନରେ" ମୋ ପରିବାର"କୁ ସମ୍ମାନୀତ କରାଯାଇଥିଲା l "ମୋ ପରିବାର" ସଦସ୍ୟ ଭବାନୀ ଶଙ୍କର ସୁରଜିତ ସମ୍ମାନ ଗ୍ରହଣ କରିଥିଲେ lଆୟୋଜିତ କାର୍ଯ୍ୟକ୍ରମ ରେ ଟ୍ରଷ୍ଟର ପ୍ରତିଷ୍ଠାତା ତପନ କୁମାର ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥିଗଣ ଉପସ୍ଥିତ ଥିଲେ l ସମାରୋହରେ ଓଡିଶାର ପ୍ରତିଷ୍ଠିତ ସମାଜସେବୀ ଓ ସାମାଜିକ ସଂଗଠନ ମାନଙ୍କୁ ସମ୍ମାନୀତ କରାଯାଇଥିଲା l ସମ୍ମାନ ଗ୍ରହଣ କରିବା ପରେ "ମୋ ପରିବାର"ର ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ଅନୁପସ୍ଥିତ ଥିବାରୁ ବାର୍ତ୍ତା ମାଧ୍ୟମରେ ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତା ମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି l
"ମୋ ପରିବାର" ପାଇଲା ଉତ୍କଳମଣି ସେବା ସମ୍ମାନ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

