ପଞ୍ଚଦୋଳ ମେଳଣର ଅପୂର୍ବ ତିଥି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଆରମ୍ଭ ହେଲା ଏକାଦଶୀ ର ଶୁଭ ନିର୍ଘଣ୍ଟ ରେ, ପରମାତ୍ମା ଆସିଲେ ଧାଇଁ, ନିର୍ଦ୍ଧାରିତ, ଘୁର୍ଣ୍ଣାୟମାନ ସମୟର ଚକ୍ରରେ।

 

ଭକ୍ତଙ୍କୁ ଭେଟିବା ପାଇଁ ପ୍ରଭୁ, ଓହ୍ଲାଇଛନ୍ତି ପାଲିଙ୍କିରେ ଆଜି, ହର୍ଷୋଲ୍ଲାସେ ଉଠୁଛି ପଢୁଛି ହରିବୋଲ ଧ୍ଵନି, ନୃତ୍ୟରତ ଭକ୍ତବୃନ୍ଦ ଲଗାଇଛନ୍ତି ଆନନ୍ଦ ର ବାଜି।

 

ଆତ୍ମାପରମାତ୍ମା ମିଳନ ରେ ସବୁ ପାପ, ସବୁ ଦୋଷ, ଲିଭିହିଁ ଯାଉଛି,ବସନ୍ତର ଏହି ମୃଦୁ ମଳୟ ରେ, ଭାରତୀୟ ପରମ୍ପରା ସତରେତ, ସବୁବେଳେ ହିମାଳୟ ଶିଖରର ବରଫ ଶୃଙ୍ଗରେ।

ଅଵିର ଖେଳିବେ ଦିଅଁ ଭକ୍ତଙ୍କ ଗହଣରେ, ମିଠା ମୁଆଁ, ଶାକର ଓ ଚଣା, ଭୁଞ୍ଜିବେ ସମସ୍ତଙ୍କ ଦୁଆର ମୁହଁରେ।

 

ରାଧାକୃଷ୍ଣ ରାସଲୀଳା ସର୍ବଜନ ପବିତ୍ର, ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଅପାର ଲୀଳାରେ,ସଭିଏଁ ଚକିତ, ଆତ୍ମଜୀଵାତ୍ମାର ଜୀବନ୍ତ ଦର୍ଶନ, ଅଦ୍ୟାବଧି ମନହୁଏ, ଆମର ଅତୀବ ପ୍ରସନ୍ନ।

 

ହେ ଦୋଳଗୋବିନ୍ଦ, ହେ ବିଷ୍ଣୁ ଭଗବାନ, ହେ ଜଗତକର୍ତ୍ତା,ଆହେ ଭୁବନ ମୋହନ, ଭରିଦିଅ ସଭିଙ୍କ ପରିବାର ରେ, ସୁଖର ଅଲୌକିକ ଅଦମ୍ୟ ଲହରୀ, ହେଇଯାଉ ଜୀବନ ଆମର କରୁଣା ର ମଧୁମୟ କସ୍ତୁରୀ।

 

ଡଃ ଜୀବନ କୃଷ୍ଣ ମିଶ୍ର

powered by social2s