କଟକ: ବିକଶିତ ଭାରତ ପାଇଁ ସି ଆଇ ଏସ୍ ଏଫ୍ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । କଟକ ଜିଲ୍ଲା ମୁଣ୍ଡଳୀରେ ସି ଆଇ ଏସ୍ ଏଫ୍ ର ୫୭ ତମ ପ୍ରତିଷ୍ଠା ଦିବସ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ସି ଆଇ ଏସ୍ ଏଫ୍ ର ଭୂମିକାକୁ ପ୍ରସଂଶା କରି କହିଲେ ଯେ ସମୟ ସହିତ ନିଜକୁ ଗଢ଼ିଛି ସି ଆଇ ଏସ୍ ଏଫ୍। କର୍ତ୍ତବ୍ୟ ପରାୟଣର ଉତ୍କୃଷ୍ଟ ନିଦର୍ଶନ ସି ଆଇ ଏସ୍ ଏଫ୍ । ସବୁ ବନ୍ଦରର ସୁରକ୍ଷା ଦାୟିତ୍ବ ସି ଆଇ ଏସ୍ ଏଫ୍ କୁ ନିଷ୍ପତ୍ତି ନେଇଛନ୍ତି ଗୃହ ମନ୍ତ୍ରଣାଳୟ। ଶାହ କହିଛନ୍ତି ଯେ ୨୦୪୭ ସୁଦ୍ଧା ପୂର୍ଣ୍ଣ ବିକଶିତ ରାଷ୍ଟ୍ରର ଲକ୍ଷ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୨୭ ସୁଦ୍ଧା ସର୍ବବୃହତ୍ ଅର୍ଥନୀତି ଲକ୍ଷ୍ୟ ରହିଛି, ଏଥିରେ ସି ଆଇ ଏସ୍ ଏଫ୍ ର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଛନ୍ତି ଶାହ। ସେ କହିଛନ୍ତି ଯେ ମାର୍ଚ୍ଚ ୩୧, ୨୦୨୬ ସୁଦ୍ଧା ଦେଶରେ ନକ୍ସଲବାଦ ଶେଷ ହେବ। ଏହି ଅବସରରେ ୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଭୂମି ପୂଜନ କରାଯାଇଛି । ସି ଆଇ ଏସ୍ ଏଫ୍ ର ନୂତନ ଆବାସିକ ପ୍ରକଳ୍ପର ଶିଳାନ୍ୟାସ ହୋଇଛି।
ବିକଶିତ ଭାରତ ପାଇଁ ସି ଆଇ ଏସ୍ ଏଫ୍ ର ଭୂମିକା ଗୁରୁତ୍ୱପୂର୍ଣ୍ଣ: ଅମିତ୍ ଶାହ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

