ଏନଏସସିବି କଲେଜରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କ୍ଲବ ଆନୁକୁଲ୍ୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟ ପକ୍ଷରୁ +୩ ପ୍ରଥମ ବର୍ଷ ଛାତ୍ରୀଙ୍କ ପାଇଁ ୮ ଦିନ ବ୍ୟାପୀ ହେବାକୁ ଥିବା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅଦ୍ୟ ତାରିଖ ୦୫.୦୩.୨୦୨୬ ରେ ଉଦଘାଟିତ ହୋଇଯାଇଛି l ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ପ୍ରଦୀପ କୁମାର ହରପାଲ ଶିବିରକୁ ଉଦଘାଟନ କରିବା ସହିତ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ l ମାଷ୍ଟର ଟ୍ରେନର ଭାରତୀ ଓରାମ ଏହି ୮ ଦିନିଆ ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମରେ ଶିକ୍ଷା ଦିଆଯିବା ପାଇଁ ବିଭିନ୍ନ କୌଶଳ ଏବଂ ପାଠର ଏକ ଝଲକ ଦେଇଥିଲେ l ଆତ୍ମରକ୍ଷା ଦାୟିତ୍ୱରେ ଥିବା ଅଧିକାରୀ ଅଧ୍ୟାପିକା ହର୍ଷିତା ସ୍ୱାଇଁ ତାଙ୍କର ମୂଲ୍ୟବାନ ମତାମତ ସହିତ ଉଦଘାଟନୀ ଅଧିବେଶନର ସଂଯୋଜନା କରିଥିଲେ l ଆତ୍ମରକ୍ଷା କ୍ଲବର ନୋଡାଲ ଅଧିକାରୀ ଶ୍ରୀମତୀ ପ୍ରିୟଦର୍ଶିନୀ ବେଉରା ଧନ୍ୟବାଦ ଅର୍ପଣ କରିଥିବା ସହ ଛାତ୍ରୀମାନଙ୍କୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଏବଂ ବର୍ତ୍ତମାନ ସମାଜରେ ଆତ୍ମରକ୍ଷା ତାଲିମର ପ୍ରାସଙ୍ଗିକତା ଉପରେ ଉତ୍ସାହିତ କରିଥିଲେ। l ଏହି ଅଧିବେଶନରେ ଅନ୍ୟାନ୍ୟ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକା ମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। l ଏହି କାର୍ଯ୍ୟକ୍ରମରେ ୨୦୦ ରୁ ଅଧିକ ଛାତ୍ରୀ ଅଂଶଗ୍ରହଣ କରି ଏହାକୁ ସଫଳ କରିଥିଲେ l

powered by social2s