ନ୍ୟାୟ ସଂହିତାରେ ଶହେ ଜଣଙ୍କ ମଧ୍ୟରୁ ୮୭ ଜଣଙ୍କୁ ଦଣ୍ଡ ମିଳୁଛି: ଅମିତ୍ ଶାହ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ନାଗରିକ କୈନ୍ଦ୍ରିକ ନ୍ୟାୟ ସଂହିତା ଉପରେ ପର୍ଯ୍ୟବସିତ ପ୍ରଦର୍ଶନୀ ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ। ଆଜିଠାରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀ ଆଗାମୀ ତିନିଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଅବସରରେ ଅମିତ ଶାହ କହିଲେ ଯେ, ଆଜିର ଦିନ ଓଡ଼ିଶାର ବିକାଶ ପାଇଁ ଗୁରୁତ୍ବପୂର୍ଣ୍ଣ କହିଲେ । ଗୋଟିଏ ଦିନରେ ୩୨୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପ ଲୋକାର୍ପିତ ହୋଇଛି । ଇଂରେଜଙ୍କ ଦ୍ବାରା ପ୍ରସ୍ତୁତ ଆଇନ୍ ଅନୁସାରେ ଆମ ଦେଶ ଚାଲୁଥିଲା, କିନ୍ତୁ ଏବେ ଆମ ସମ୍ବିଧାନ ଅନୁସାରେ ନ୍ୟାୟ ସଂହିତାରେ ଦେଶ ଚାଲୁଛି। ନ୍ୟାୟ ସଂହିତାରେ ୩ ବର୍ଷରେ ଲୋକଙ୍କୁ ନ୍ୟାୟ ମିଳିବ। ଆଉ ତାରିଖ ପରେ ତାରିଖ ଶୁଣିବାକୁ ମିଳିବନି। ନ୍ୟାୟ ସଂହିତାରେ ଶହେ ଜଣଙ୍କ ମଧ୍ୟରୁ ୮୭ ଜଣଙ୍କୁ ଦଣ୍ଡ ମିଳୁଛି। ପୂର୍ବରୁ ପ୍ରମାଣ ଅଭାବରୁ ଏମାନେ ଖସି ପଳାଉଥିଲେ।

powered by social2s