ଜଟଣୀ ୪ର୍ଥ ପଥ ଉତ୍ସବରେ ଦେଖିବାକୁ ମିଳିବ ଦୋଳ ମେଲଣ ସହ ଅବିର ରଙ୍ଗର ଖେଳର ଦୃଶ୍ୟ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଜଟଣୀ (ଶୁଭେନ୍ଦ୍ର ଶତପଥୀ): ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ସଭା ଗୃହରେ "୪ର୍ଥ ପଥ ଉତ୍ସବ"ପାଇଁ ଏକ ସାମ୍ବାଦିକ ସମ୍ମିଳନୀରେ ବିକାଶ ପରିଷଦ ସଭାପତି ବିଜୁ ଛୋଟରାୟଙ୍କ ସଭାପତିତ୍ବ କରିଥିଲେ l ମାର୍ଚ୍ଚ ୧୫ ତାରିଖ ରବିବାର ଦିନ ୪ର୍ଥ ଜଟଣୀ ପଥ ଉତ୍ସବ ଅନୁଷ୍ଠିତ ହେବ ବୋଲି ସାମ୍ୱାଦିକ ସମ୍ମିଳନୀରେ ପଥ ଉତ୍ସବ ର ମୂଖ୍ୟ ଆବାହକ ଡଃ ରୁଷି ପଟ୍ଟନାୟକ ସୂଚନା ଦେଇଛନ୍ତି l ଏଥର ଦୋଳ ମେଲଣ ସହ ଅବିର ରଙ୍ଗର ଖେଳର ଦୃଶ୍ୟ ଦେଖିବାକୁ ମିଳିବ। ଦୁଇ ଗୋଟି ମଞ୍ଚ ପ୍ରସ୍ତୁତ କରାଯାଇ ଅନେକ ପାରମ୍ପାରିକ କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି l ଶେଷରେ ସାମ୍ୱାଦିକ ଭାଇ ଭଉଣୀ ମାନେ ବହୁ ସଂଖ୍ୟାରେ ଯୋଗ ଦେଇ ନାଚ ଗୀତରେ ଭାଗ ନେବାକୁ ଡ଼ଃ ରୁଷି ପଟ୍ଟନାୟକ ଅନୁରୋଧ କରିଥିଲେ। ଅଧ୍ୟକ୍ଷ ବିଶ୍ୱରଂଜନ ବଡ଼ଜେନାଙ୍କ ପାଖରେ ପୁରା କମିଟି ଓ ଜଟଣୀ ବାସୀ ଚିର ରୁଣି ।ଜଟଣୀ ବାସୀ ବହୁ ସଂଖ୍ୟାରେ ଯୋଗଦାନ କରି ଏହି ଉତ୍ସବ କୁ ସଫଳ କରିବା ପାଇଁ ସମସ୍ତ ସଭ୍ୟ ଅନୁରୋଧ କହିଛନ୍ତି।ଏହି ସମ୍ମିଳନୀରେ ଜଟଣୀର ସାଂସଦଙ୍କ ପ୍ରତିନିଧି ସତୀଶ ଶର୍ମା, ଜଟଣୀ ବିକାଶ ପରିଷର କାର୍ଯ୍ୟକାରୀ ସଭପତି କୈଳାସ ମହାପାତ୍ର,ଯୁଗ୍ମ ଆବାହ ଡଃ ଉମାକାନ୍ତ ପଟ୍ଟନାୟକ, ରାଜୁ ପଟ୍ଟନାୟକ ଉପସ୍ଥିତ ଥିବା ବେଳେ ପରିଶେଷରେ ସବ୍ୟସାଚୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l

powered by social2s